ଜଳସଂପଦ ମନ୍ତ୍ରୀଙ୍କ ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା

ଭୁବନେଶ୍ୱର:  ଆଜି ରାଜ୍ୟ ଜଳ ସଂପଦ, ସୂଚନା ଓ ଲେ।କ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି ।

flood news

ବୈଠକରେ ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟର ବିଭିନ୍ନ ନଦୀର ଉପରମୁଣ୍ଡ ଅବବାହିକା ଓ ତଳମୁଣ୍ଡରେ ବର୍ଷା ପରିମାଣ ଏବଂ ବିଭିନ୍ନ ନଦୀ ବେସିନ୍‌ରୁ କେତେ ପରିମାଣର ଜଳ ଜଳଭଣ୍ଡାରଗୁଡ଼ିକରେ ପ୍ରବେଶ କରୁଛି ଓ କେତେ ନିର୍ଗମନ ହେଉଛି ସେ ସଂପର୍କରେ ଅବଗତ ହୋଇଥିଲେ । ମହାନଦୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ଇନ୍ଦ୍ରାବତୀ, ନାଗାବଳୀ, ଜଳକା ଅଦି ନଦୀଗୁଡ଼ିକରେ ବର୍ତ୍ତମାନ ପ୍ରବାହ ହେଉଥିବା ଜଳ ଓ ଏହିସବୁ ନଦୀଗୁଡ଼ିକରେ ବିପଦସଂକେତ ସ୍ତର ଉପରେ ଅନୁଧ୍ୟାନ କରି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଗାମୀ ଦୁଇ ତିନି ଦିନ ଛତିଶଗଡ଼ ଓ ଝାଡଖଣ୍ଡ ଆଦି ରାଜ୍ୟରେ ଅଧିକ ବର୍ଷା ହେବାକୁ ଥିବାରୁ ନଦୀ ଓ ଡ୍ୟାମ୍‌ଗୁଡ଼ିକରେ ଜଳ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ନଦୀବନ୍ଧଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖି କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ ପରିସ୍ଥିତି ପ୍ରତି ସଜାଗ ଦୃଷ୍ଟି ରଖାଯାଇ କ୍ଷେତ୍ରସ୍ତରରେ ଥିବା ଅଧିକାରୀ ଓ ଯନ୍ତ୍ରୀମାନ ଙ୍କୁ ଆବ ଶ୍ୟକୀୟ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଉଥିବା ପ୍ରକାଶ କରିଥିଲେ । ବର୍ତ୍ତମାନ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ନଦୀ ଓ ଜଳଭଣ୍ଡାରଗୁଡ଼ିକର ସ୍ଥିତି ଯାଞ୍ଚ କରାଯାଉଛି ଏବଂ ବିଭାଗର ୱେବ‌ସାଇଟ୍‌ରେ କେଉଁ ଡିଭିଜନ୍‌ରେ ବନ୍ୟା ନିୟନ୍ତ୍ରଣ ପାଇଁ କେଉଁ କେଉଁ ସାମଗ୍ରୀ ମହଜୁଦ ରହିଛି, ସେସବୁ ସୂଚନା ରହିଥିବା ଏବଂ ବିଭାଗରେ ନଦୀ ବନ୍ଧ ମରାମତି ସଂପର୍କିତ ତଥ୍ୟ ନିୟମିତ ସୋସିଆଲ୍‌ ମିଡିଆ (ଟୁଇଟର)ରେ ଅପ୍‌ଲୋଡ୍‌ କରାଯାଉଥିବା ସଂପର୍କରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଯୋଜନା ଓ ପରିକଳ୍ପନା) ଇଂ ଧୀରେନ କୁମାର ସାମଲ ପ୍ରକାଶ କରିଥିଲେ ।