କଲ୍ୟାଣୀ ନଦୀରେ ବନ୍ୟା ପରିସ୍ଥିତି:୨୦ହଜାର ଲୋକ ପ୍ରଭାବିତ

ରାୟଗଡା: ରାୟଗଡା ଜିଲ୍ଲାରେ ଗତ ୨ଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଲଘୁଚାପ ଫଳରେ ସାରା ରାଜ୍ୟ ବର୍ଷାରେ ଭିଜୁଛି । ଦକ୍ଷିଣ ଓଡିଶାରେ ଏହାର ମାତ୍ରା ଅଧିକ ରହିଛି । ରାୟଗଡା ଜିଲ୍ଲାରେ ଗତ ୨ଦିନ ହେବ ପ୍ରବଳ ବର୍ଷା ପ୍ରଭାବରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । କଲ୍ୟାଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାବିତ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ନଦୀ ଉପରେ ଥିବା ଏକ ଅସ୍ଥାୟୀ ପୋଲ ଧୋଇହୋଇ ଯାଇଛି । ପୋଲ ଉପରେ ପ୍ରାୟ ୪ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ୬ଟି ପଂଚାୟତର ୨୦ହଜାର ଲୋକ ବାହ୍ୟଜଗତରୁ ବିଛିନ୍ନ ହୋଇ ପଡିଛନ୍ତି । ଗମନାଗମନ ମଧ୍ୟ ପ୍ରଭାବିତ ହୋଇଛି ।