ଆଜି ରାହୁଲଙ୍କ ୱାୟନାଡ ଗସ୍ତ

କୋଚି: ଦେଶର ଦକ୍ଷିଣ ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ୫ଟି ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଓ ଗୁଜୁରାତରେ ବନ୍ୟା ପାଇଁ ପ୍ରାୟ ୧୩୬ଜଣଙ୍କ ଜୀବନ ହାନୀ ହେଲାଣି । ସବୁଠାରୁ କେରଳରେ ଏହାର ଭୟାବହତା ଅଧିକ ରହିଛି । ଏହି ରାଜ୍ୟରେ ପ୍ରାୟ ୫୭ଜଣ ପ୍ରାଣ ହରାଇଛନ୍ତି । ୧.୬୫ ଲକ୍ଷ ଲୋକ ରିଳିଫ ଶିବିରରେ ରହିଛନ୍ତି ।

ସରକାରୀ ସୂଚନାନୁସାରେ, କେରଳର ୮ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ମଲ୍ଲପୁରମରେ ସର୍ବାଧିକ ୧୯ଦଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କୋଝିକୋଡିରେ ୧୪ ଜଣଙ୍କର ଜୀବନ ଯାଇଛି । ୮୦ଟି ସ୍ଥାନରେ ଭୂସ୍କଳନ ହୋଇଛି । ମୋଟ ୧୯୮ଟି ଘର ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ୧୩୧୮ଟି ଶିବିରରେ ପ୍ରାୟ ୧୬୫୫୧୯ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । କେବଳ କେରଳ ନୁହେଁ ଗୁଜୁରାତରେ ମଧ୍ୟ ବନ୍ୟା ହେତୁ ୧୯ଜଣଙ୍କର ଜୀବନ ଯାଇଛି । ସେହିପରି କର୍ଣ୍ଣାଟକରେ ୨୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୨୯ ଓ ତାମିଲନାଡୁରେ ୫ଜଣ ପ୍ରାଣ ହରାଇଛନ୍ତି । ସେନା ଓ ଏନଡିଆଏଫ ଟିମ୍ ପକ୍ଷରୁ ଏହି ସବୁ ରାଜ୍ୟରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।

କେରଳ ୱାୟନାଡରେ ୧୦ଜଣଙ୍କର ମୃତ୍ୟୁ ଘଟିଛି । ଏଠାକାର ସାଂସଦ ରାହୁଲ ଗାନ୍ଧି ଆଜି ସ୍ଥିତି ପରିକ୍ଷୀବେ । ଜିଲ୍ଲାର ଜିଲ୍ଲାପାଳ ପୁଥୁମାଳାରେ ହୋଇଥିବା ଭୂସ୍ଖଳନରେ ଏକ ହଜାର ଜଣଙ୍କୁ ରକ୍ଷା କରାଯାଇଥିବା କହିଛନ୍ତି । ଖରାପ ପାଗ ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ମଲବେ ଅଂଚଳରୁ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି ।