୨୦ରୁ ଆରମ୍ଭ ହୋଇପାରେ ଇ-କମର୍ସ ସେବା

ନୂଆଦିଲ୍ଲୀ: ୨୦ ତାରିଖରୁ ଇ-କମର୍ସ ଯଥା ଫ୍ଲିପକାର୍ଟ, ଆମାଜନ୍ ଓ ପେଟିଏମ୍ ଭଳି ଅନଲାଇନ୍ ସେବା ଗୁଡିକ କାର୍ଯ୍ୟକ୍ଷମ ହୋଇପାରେ ବୋଲି ଆଶା କରାଯାଉଛି । ତେବେ ଇ-କମର୍ସ କମ୍ପାନୀଗୁଡ଼ିକୁ ସମସ୍ତ ପ୍ରକାର ସାମଗ୍ରୀ କିମ୍ବା କେବଳ ଜରୁରୀ ସାମଗ୍ରୀ ଯୋଗାଇବାକୁ ଅନୁମତି ଦିଆଯିବ ସେ ନେଇ ସରକାର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ନାହାଁନ୍ତି। ଏହି ବିଷୟରେ କିଛି ଦ୍ୱନ୍ଦ୍ୱ ରହିଛି, ଯେଉଁଥିରେ କମ୍ପାନୀଗୁଡିକ ଗୃହ ମନ୍ତ୍ରଣାଳୟର ସ୍ପଷ୍ଟୀକରଣକୁ ଅପେକ୍ଷା କରିଥିବା ଜଣାପଡିଛି।

ବୁଧବାର ଜାରି କରାଯାଇଥିବା ଗାଇଡଲାଇନରେ ମନ୍ତ୍ରଣାଳୟ କହିଛି ଯେ ଏପ୍ରିଲ ୨୦ ରୁ କରୋନାର ହଟସ୍ପଟ୍ ନଥିବା ଅଂଚଳରେ ଏଭଳି ସେବା ଆରମ୍ଭ ହେବ। ଏହା ପରେ, ବର୍ତମାନ ଏହି କମ୍ପାନୀଗୁଡିକ ସେମାନଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବାସ୍ତବରେ ବୁଧବାର ଗୃହ ମନ୍ତ୍ରଣାଳୟ ଏକ ଗାଇଡଲାଇନ ଜାରି କରିଛି। ଏଥିରେ କେତେକ ସେବା ପାଇଁ ସର୍ତମୂଳକ ରିହାତି ଦିଆଯାଇଛି, ଯାହାଦ୍ୱାରା ଦୈନନ୍ଦିନ ଆବଶ୍ୟକୀୟ ସାମଗ୍ରୀ ଯୋଗାଣ ଜାରି ହୋଇପାରିବ । ଏଭଳି ସେବା ବନ୍ଦ ହେତୁ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁଥିପାଇଁ ସରକାର ଏହି ନିଷ୍ପତି ନେଇଛନ୍ତି।