ଭେଟେରାନ ଫିଲ୍ମ ନିର୍ଦେଶକ ମୃଣାଲ ସେନଙ୍କ ପରଲୋକ

କୋଲକାତା : ଭେଟେରାନ ଫିଲ୍ମ ନିର୍ଦେଶକ ମୃଣାଲ ସେନଙ୍କ ପରଲୋକ । ପଦ୍ମଭୂଷଣ ଓ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନୀତ ମୃନାଲ ସେନ ଆଜି କୋଲକାତାର ଭବାନିପୁରସ୍ଥିତ ବାସଭବନରେ ପୂର୍ବାହ୍ନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସମାନ୍ତରାଳ ସିନେମାର ଦକ୍ଷ ନିର୍ଦେଶକଭାବେ ତାଙ୍କର ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ରହିଥିଲା ସୁଖ୍ୟାତି।

ଭେଟେରାନ ଫିଲ୍ମ ନିର୍ଦେଶକ ମୃଣାଲ ସେନଙ୍କ ପରଲୋକ । ପଦ୍ମଭୂଷଣ ଓ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନୀତ ମୃନାଲ ସେନ ଆଜି କୋଲକାତାର ଭବାନିପୁରସ୍ଥିତ ବାସଭବନରେ ପୂର୍ବାହ୍ନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଅନ୍ତର୍ଜତୀୟ ମଞ୍ଚରେ ଜଣେ ଦକ୍ଷ ସମାନ୍ତରାଳ ସିନେମାର ଦର୍ଶକଭାବେ ତାଙ୍କର ଖ୍ୟାତି ରହିଥିଲା । ସତ୍ୟଜିତ ରାୟ, ରିତ୍ବିକ୍ ଘଟକଙ୍କ ପରି ମହାନ୍ ଫିଲ୍ନ ନିର୍ମାତାଙ୍କ ସମସାମୟିକ ଥିଲେ ମୃଣାଳ। ବଙ୍ଗଳା ଫିଲ୍ମ ଇଣ୍ଡଷ୍ଚ୍ରିର ଏହି ତ୍ରିମୂର୍ତିଙ୍କୁ ସମାନ୍ତରାଳ ସିନେମାର ବରିଷ୍ଠ ସଦସ୍ୟଭାବେ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ମିଳିଥିଲା। ମେ ୧୪,୧୯୪୩ରେ ବର୍ତ୍ତମାନର ବାଂଲାଦେଶରେ ଥିବା ଫରିଦପୁରରେ ଜନ୍ମଗ୍ରହଣ କରିଥିଲେ ମୃଣାଳ। ପଦାର୍ଥବଜ୍ଞାନ ପଢିବା ପାଇଁ ସେ କୋଲକାତାକୁ ଆସିଥିଲେ। ହେଲେ ସିନେମା ପ୍ରତି ସେ ଆକର୍ଷିତ ହେଇଥିଲେ। ଫିଲ୍ମର ନିର୍ଦେଶନା କ୍ଷେତ୍ରେ ସେ ୧୯୫୫ରେ ପାଦ ଥାପିଥିଲେ।  ରାତ୍ ଭୋରେ ‘ମୃଣାଳଙ୍କ ନିର୍ଦେଶିତ ପ୍ରଥମ ଫିଲ୍ମ। ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଉତ୍ତମକୁମାର। ନୀଳ୍ ଆକାଶେର ନିଚେ,ଏକ ଦିନ୍ଚା ନକ,ଭୁବନସୋମ,ପଦାତିକ, କାଲକାତା ୭୧,ମୃଗୟା ପରି ମାଷ୍ଟରପିସ ଫିଲ୍ମ ସେ ଦର୍ଶକଙ୍କୁ ଭେଟିଦେଇଥିଲେ ।

ଓଡିଶା ସହିତ ମୃଣାଳଙ୍କ ଭାବାବେଗ ସମ୍ପର୍କ। ମିଥୁନ ଚକ୍ରବର୍ତ୍ତିଙ୍କୁ ନେଇ ନିର୍ମିତ ମୃଗୟାର କାହାଣୀ ଭଗବତି ଚରଣ ପାଣିଗ୍ରାହିଙ୍କ ‘ଶିକାର’ରୁ ପ୍ରେରଣା ପାଇଥିଲେ ବୋଲି କହନ୍ତି ଫିଲ୍ମ ସମୀକ୍ଷକ। ଫିଲ୍ମ ନିର୍ଦେଶନା ପାଇଁ ଜାତୀୟ ପୁରସ୍କାପ୍ରାପ୍ତ ମୃଣାଳଙ୍କୁ ୨୦୦୫ରେ ଦେଶର ସର୍ବୋଚ୍ଚ ଫିଲ୍ମ ସମ୍ମାନ ଦାଦା ସାହେବଫାଲକେ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ୧୯୮୩ରେ ମୃଣାଳଙ୍କୁ ଦେଶର ତୃତୀୟ ବେସାମରିକ ସର୍ବୋଚ୍ଚ ସମ୍ମାନ ପଦ୍ମଭୂଷଣ ସମ୍ମାନରେ  ସମ୍ମାନୀତ କରାଯାଇଥିଲା। ମୃଣାଳ ସେନଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ମୃଣାଲ ସେନଙ୍କ ବିୟୋଗକୁ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମମତା। ମୃଣାଳଙ୍କ ନିଧନକୁ ଏକ ଯୁଗର ଶେଷ ବୋଲି କହିଛନ୍ତି ଅଭିନେତା ପରମବ୍ରତ ଚାଟାର୍ଜି।