ମେ’ ୧୫ରୁ ହୋଇପାରେ ବିମାନ ଓ ରେଳ ଚଳାଚଳ

ନୂଆଦିଲ୍ଲୀ: ଲକ୍ ଡାଉନ୍ ମେ’ ୩ ତାରିଖରେ ଶେଷ ହୋଇଥିବାବେଳେ ବିମାନ ଓ ରେଳ ଚଳାଚଳ କେବେ ହେବ ସେ ନେଇ କୌଣସି ସଠିକତା ମିଳିପାରିନାହିଁ । ତେବେ ମେ’ ୧୫ରୁ ରେଳ ଓ ବିମାନ ଚଳାଚଳ ହେବା ନେଇ ଆଶା କରାଯାଉଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଓ ତାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଭାଗ ନେଇଥିବା ଜନୈକ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମେ ୧୫ ତାରିଖ ଦିନ ବିମାନ ଚଳାଚଳ ଆରମ୍ଭ କରିପାରେ। ଏଠରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି ଯେ ଏ ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ ସଂକ୍ରାନ୍ତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କୌଣସି ନିଷ୍ପତି ନେଇନାହିଁ।

ଏହି ବୈଠକରେ ଯୋଗ ଦେଇ ଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ବିମାନ ଓ ରେଳ ଚଳାଚଳ କେବେ ଆରମ୍ଭ ହେବ ସେ ବିଷୟରେ କ‌ୌଣସି ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ ଆଲୋଚନା ହୋଇନାହିଁ। ବରଂ ଏଥିପାଇଁ ଆହୁରି ସମୟ ଲାଗିବ କହିବା ଭଲ। ନିଶ୍ଚୟ ମେ ୩ ତାରିଖ ଟପିଯିବ।