ପ୍ରଥମ ମହିଳା ଯୁଦ୍ଧ ପାଇଲଟ ଭାବେ ଇତିହାସ ରଚିଲେ ମୋହନା ସିଂହ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଫ୍ଲାଇଟ ଲେପ୍ଟନାଣ୍ଡ ମୋହନା ସିଂହ ପ୍ରଥମ ଏସି ଯୁଦ୍ଧ ମହିଳା ପାଇଲଟ ହୋଇଛନ୍ତି । ଯାହାକି ଦିନରେ ହାକ ଆଡଭାନ୍ସ ଜେଟରେ ମିଶନକୁ ସଫଳ କରିବା ପାଇଁ ସକ୍ଷମ । ସିଂହଙ୍କୁ ଦୁଇ ମହିଳା ଭାବନା କଣ୍ଠ ଏବଂ ଅବନୀ ଚତୁର୍ବେଦୀଙ୍କ ସହିତ ଜୁନ ୨୦୧୬ରେ ଯୁଦ୍ଧ ପାଇଲଟ ପ୍ରଶିକ୍ଷଣ ପାଇଁ ଯୁଦ୍ଧ ଶାଖାରେ ବଛା ଯାଇଥିଲା ।

ଏହା ପୂର୍ବରୁ ଫ୍ଲାଇଟ ଲେପ୍ଟନାଣ୍ଡ ଭାବନା କଣ୍ଠ ଯୁଦ୍ଧ ମିଶନରେ ସାମିଲ ହେବାର ଯୋଗ୍ୟତା ହାସିଲ କରିଥିବା ପ୍ରଥମ ମହିଳା ଯୁଦ୍ଧା ପଇଲଟ ହୋଇ ଇତିହାସ ସୃଷ୍ଟି କରିଛନ୍ତି । ବାୟୁସେନାର ଅଧିକାରୀମାନେ ମଇ ୨୨ରେ କହିଥିଲେ କି, ଭାବନା କଣ୍ଠ ଦିନରେ ଯୁଦ୍ଧ ବିମାନ ମିଗ-୨୧ ଉଡାଇ ଏହି ମିଶନକୁ ପୂରଣ କରିଛନ୍ତି । ବାୟୁସେନାର ପ୍ରବକ୍ତା ଗ୍ରୁପ କ୍ୟାପଟେନ ଅନୁପମ ବାନାର୍ଜୀ କହିଥିଲେ କି, ଭାବନା ଦିନରେ ଯୁଦ୍ଧ ବିମାନରେ ଉଡାଣ ଭରି ମିଶନରେ ସଫଳତା ହାସଲ କରିଥିବା ପ୍ରଥମ ଯୋଦ୍ଧା ହୋଇ ପାରିଛନ୍ତି । 

ଭାବନା ଭାରତୀୟ ବାୟୁସେନାର ପ୍ରଥମ ବ୍ୟାଚର ମହିଳା ପାଇଲଟ । ତାଙ୍କ ସହ ଦୁଇ ଅନ୍ୟ ମହିଳା ପାଇଲଟ ଅବନୀ ଚତୁର୍ବେଦୀ ଏବଂ ମୋହନା ସିଂହଙ୍କୁ ୨୦୧୬ରେ ଫ୍ଲାଇଙ୍ଗ ଅଫିସର ଭାବରେ ବଛା ଯାଇଥିଲା । ବିହାରର ଭାବନା ଏବେ ବୀକାନେର ସ୍ଥିତ ନଳ ବେସରେ ନିୟୋଜିତ ଅଛନ୍ତି ।