୫ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ଗଜପତି: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମରୁ ୫ଜଣ ସ୍କୁଲ ଛାତ୍ର ନିଖୋଜ ହୋଇଯାଇଛନ୍ତି । ସେମାନେ ଗତକାଲିଠାରୁ ସ୍କୁଲ ଯାଇଥିବା ବେଳେ ଆଉ ଘରକୁ ଫେରିନାହାନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । 

ସୂଚନାନୁସାରେ, ଗତକାଲି ୫ଜଣ ଦଶମ ଶ୍ରେଣୀ ଛାତ୍ର ସକାଳ ୯ଟାରେ ସ୍କୁଲ ଯିବାକୁ କହି ଘରୁ ବାହାରି ଥିଲେ । କିନ୍ତୁ ସେମାନେ ଆଉ ଘରକୁ ଫେରି ନଥିଲେ । ନିଖୋଜ ହୋଉଥିବା ଛାତ୍ରମାନେ ହେଲେ କାହ୍ନା ନାୟକ, ବିକ୍ରମ ଜେନା, ଶୁଭମ ଜେନା, ଡମ୍ବୁରୁ ନାୟକ ଓ ଚିନ୍ମୟ ଜେନା । ଘରଲୋକ ବହୁ ଖୋଜାଖୋଜି କଲେ ମଧ୍ୟ ସେମାନଙ୍କ କୌଣସୀ ପତ୍ତା ମିଳିନଥିଲେ । ତେବେ ସେମାନଙ୍କ ପରିବାର ପକ୍ଷରୁ ଗୁରାଣ୍ଡି ଥାନାରେ ଏତଲା ଦିଆଯାଇଛି । ଗୁରାଣ୍ଡି ପୋଲିସ ଏକ ଟିମ୍ ଗଠନ କରି ନିଖୋଜ ଛାତ୍ରଙ୍କୁ ଖୋଜିବାକୁ ପ୍ରୟାସ ଆରମ୍ଭ କରିଛି । ତେବେ ସେମାନେ ଆନ୍ଧ୍ରପ୍ରଦେଶ ପଳାଇଥିବା ଘରଲୋକେ ସନ୍ଦେହ କରୁଛନ୍ତି ।