ବିଧାନସଭାର ୫ କର୍ମଚାରୀ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ବିଧାନସଭାର ୫ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏହାସହ ବିଧାନସଭାକୁ ଆଉଥରେ ସାନିଟାଇଜ କରାଯିବ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଷ୍ଟାଡିଂ କମିଟି ବୈଠକରେ ଜଣେ ବିଧାୟକଙ୍କ ପଜିଟିଭ୍ ପୂର୍ବରୁ ବାହାରିଥିଲା । ତାଙ୍କ ସଂସ୍ପର୍ଶରେ ଆସିଥିବା ଏହି କର୍ମଚାରୀ ମାନଙ୍କ ସ୍ଵାବ ଟେଷ୍ଟିଂ ହୋଇଥିଲା। ଶୁକ୍ରବାର ସମସ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।

ସମସ୍ତ ଆକ୍ରାନ୍ତ କର୍ମଚାରୀ ଏବେ ହୋମ ଆଇସୋଲେସନରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣାପଡିଛି । ଏହାସହ ଅଗଷ୍ଟ ୩ ତାରିଖ ଯାଏ ବିଧାନସଭାକୁ ବନ୍ଦ କରାଯାଇଛି। ଏନେଇ ବାଚସ୍ପତି ସୂଚନା ଦେଇଛନ୍ତି।