୩ ନିଖୋଜ ଛାତ୍ରଙ୍କ ସନ୍ଧାନ ମିଳିଲା

ବାଲେଶ୍ୱର:ଗତକାଲିଠାରୁ ନିଖୋଜ ଥିବା ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଂଗଡା ଗାଁର ତିନି ଛାତ୍ରଙ୍କ ସନ୍ଧାନ ମିଳିଛି । ମେରାଇନ୍‌ ଥାନା ଡୁଗୁଲାଗଡ଼ି ଆନନ୍ଦପୁର ସମୁଦ୍ର କୂଳରୁ ଉଦ୍ଧାର ହୋଇଛନ୍ତି । ସ୍ଥାନୀୟ ଧୀବରମାନେ ଛାତ୍ରଙ୍କୁ ଉଦ୍ଧାର କରି ରେମୁଣା ପୋଲିସକୁ ହସ୍ତାନ୍ତର କରିଛନ୍ତି । ଛାତ୍ରମାନେ ହେଲେ ଅନ୍ତର୍ଗତ କାଠସଂଗଡା ଗାଁର ଚିନ୍ମୟ ଦାସ, ଶିବ ନାରାୟଣ ଦାସ ଓ ଶୁଭଙ୍କର ଦାସ । ସମସ୍ତେ ରେମୁଣା ଉଡ଼ମ୍ବର ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ତିନି ଜଣ ଛାତ୍ର ଘରୁ ବାହାରି ସ୍କୁଲକୁ ଯାଇଥିଲେ । ମାତ୍ର ସ୍କୁଲ ଛୁଟି ହେବା ପରେ ଆଉ ଘରକୁ ଫେରି ନ ଥିଲେ । ଏମିତିକି ଅପରାହ୍ନ ଯାଏଁ ଘର ଲୋକ ଚାହିଁ ବସିଥିଲେ । କିନ୍ତୁ ସେମାନେ ଘରକୁ ନ ଆସିବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ । କିନ୍ତୁ ସେମାନଙ୍କୁ ନ ପାଇବାରୁ ରେମୁଣା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏ ଯାଏଁ ପୋଲିସ ତିନି ଛାତ୍ର ବିଷୟରେ କୌଣସି ବି ସୂଚନା ପାଇ ପାରି ନାହିଁ । ଫଳରେ ଆଶା ଆଶଙ୍କାରେ ରହିଛନ୍ତି ପରିବାର ଲୋକ ।