ନଦୀରେ ଭାସୁଛି ମଲା ମାଛ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍‌ ଅଞ୍ଚଳ ଦେଇ ଯାଇଥିବା ସୋନ ନଦୀରେ ମାଛ ମଡ଼କ ଦେଖା ଦେଇଛି। ବିଶେଷ କରି ପତ୍ରିପାଳ ଓ ଗନିପୁର ପଞ୍ଚାୟତ ପାଖରେ ଶହ ଶହ ମାଛ ମରି ଭାସୁଛନ୍ତି।ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଦୁଇ ଦିନ ହେବ ଏପରି ଭାବେ ମାଛ ମରୁଛନ୍ତି। ନଦୀର ପାଣି କଳାରଙ୍ଗ ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।