ନିର୍ବାଚନ ପୂର୍ବରୁ ସରିଗଲାଣି ମତଦାନ: ଜାଣନ୍ତୁ କେଉଁଠି ଏବଂ କିଏ ଦେଲା ପ୍ରଥମ ଭୋଟ୍

ନୂଆଦିଲ୍ଲୀ: ୨୦୧୯ ମହାସମର ଆରମ୍ଭ ହେବା ପୂର୍ବରୁ ପଡିଗଲାଣି ଭୋଟ । ତେବେ ଏହି ମତଦାନ ଅରୁଣାଚଳ ପ୍ରଦେଶର ଲୋହିତପୁରରେ ହୋଇଛି । ମିଳିଥିବା ସୂଚନା ମୁତାବକ, ପୂର୍ବୋତରର ସୁଦୂର ପୂର୍ବ ଅଂଚଳରେ ନିୟୋଜିତ ଆଇଟିବିପିର ଏକ ୟୁନିଟ୍ ସିକ୍ରେଟ୍ ପୋଷ୍ଟାଲ ବାଲେଟ୍ ପେପର ଜରିଆରେ ମତଦାନ ଆରମ୍ଭ କରିଛନ୍ତି । ଏଠାରେ ସର୍ଭିସ ଭୋଟରମାନେ ମତଦାନ କରିଛନ୍ତି । ଦିଲ୍ଲାଠାରୁ ପାଖାପାଖି ୨୬୦୦ କିଲୋମିଟର ଦୂର ଅରୁଣାଚଳ ପ୍ରଦେଶର ଲୋହିତପୁରର ଆନିମଲ ଟ୍ରେନିଂ ସ୍କୁଲରେ ସକାଳ ୧୦ଟାରୁ ଆରମ୍ଭ ହୋଇଛି । ଏଠାରେ ପ୍ରଥମ ଭୋଟ୍ ଏଟିଏଏସ ଆଇଟିବିପିର ପ୍ରମୁଖ ଡିଆଇଜି ସୁଧାକର ନଟରାଜନ ଦେଇଛନ୍ତି ।

ନିର୍ବାଚନ ଆୟୋଗଙ୍କ ମୁତାବକ, ଯେଉଁ ବ୍ୟକ୍ତି ଆର୍ମ ଫୋର୍ସରେ କାମ କରୁଥିବେ ତାଙ୍କୁ ସର୍ଭିସ ଭୋଟର ବୋଲି କୁହାଯିବ । ସେହିପରି ଫୋର୍ସର ଯେଉଁ ସଦସ୍ୟଙ୍କ ଉପରେ ଆର୍ମି ଆକ୍ଟ ୧୯୫୦ ଲାଗୁ ହୋଇଥାଏ ସେ ମଧ୍ୟ ସର୍ଭିସ ଭୋଟର୍ସ ଭାବେ ଗଣା ଯିବ । ସେହିଭଳି ଯେଉଁ ବ୍ୟକ୍ତି ନିଜ ରାଜ୍ୟ ବାହାରେ କାମ କରୁଥିବେ ଅର୍ଥାତ୍ ଭାରତ ସରକାରଙ୍କ ପାଇଁ କାମ କରୁଥିବେ ଏବଂ ଯେଉଁ ବ୍ୟକ୍ତି ଦେଶ ବାହାରେ କାମ କରୁଥିବେ ତାଙ୍କୁ ବି ଏହି ତାଲିକାରେ ସାମିଲ କରାଯାଇଛି ।

ଉଲ୍ଲେଖ ଥାଉ କି, ଅରୁଣାଚଳ ପ୍ରଦେଶରେ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ଆସନ୍ତା ୧୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏଠାକାର ବୁଥ ଅତ୍ୟନ୍ତ ଦୁର୍ଗମ ଅଂଚଳରେ ରହିଛି ।

୨୦୧୯ ମହାସମର ଆରମ୍ଭ ହେବା ପୂର୍ବରୁ ପଡିଗଲାଣି ଭୋଟ । ତେବେ ଏହି ମତଦାନ ଅରୁଣାଚଳ ପ୍ରଦେଶର ଲୋହିତପୁରରେ ହୋଇଛି । ମିଳିଥିବା ସୂଚନା ମୁତାବକ, ପୂର୍ବୋତରର ସୁଦୂର ପୂର୍ବ ଅଂଚଳରେ ନିୟୋଜିତ ଆଇଟିବିପିର ଏକ ୟୁନିଟ୍ ସିକ୍ରେଟ୍ ପୋଷ୍ଟାଲ ବାଲେଟ୍ ପେପର ଜରିଆରେ ମତଦାନ ଆରମ୍ଭ କରିଛନ୍ତି । ଏଠାରେ ସର୍ଭିସ ଭୋଟରମାନେ ମତଦାନ କରିଛନ୍ତି । ଦିଲ୍ଲାଠାରୁ ପାଖାପାଖି ୨୬୦୦ କିଲୋମିଟର ଦୂର ଅରୁଣାଚଳ ପ୍ରଦେଶର ଲୋହିତପୁରର ଆନିମଲ ଟ୍ରେନିଂ ସ୍କୁଲରେ ସକାଳ ୧୦ଟାରୁ ଆରମ୍ଭ ହୋଇଛି । ଏଠାରେ ପ୍ରଥମ ଭୋଟ୍ ଏଟିଏଏସ ଆଇଟିବିପିର ପ୍ରମୁଖ ଡିଆଇଜି ସୁଧାକର ନଟରାଜନ ଦେଇଛନ୍ତି ।

ରାଜ୍ୟର ବାକି ଭାଗ ଅଂଶରେ ନିୟୋଜିତ ଆଇଟିବିପିର ଅନ୍ୟ ୟୁନିଟଗୁଡିକରେ ମଧ୍ୟ ପୋଷ୍ଟାଲ ବାଲେଟ ଜରିଆରେ ନିଜ ଭୋଟ ଦେଇଛନ୍ତି । ଏଠାରେ ଆମେ କହି ରଖୁଛୁ କି, ଚଳିତ ଥର ନିର୍ବାଚନ ଆୟୋଗ ଅଧିକରୁ ଅଧିକ ସର୍ଭିସ୍ ଭୋଟର୍ସଙ୍କୁ ଯୋଡିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନିର୍ବାଚନ ଆୟୋଗ ପକ୍ଷରୁ ସର୍ଭିସ ଭୋଟର୍ସଙ୍କୁ ଯୋଡିବା ପାଇଁ ଅନେକ ସଚେତନତାମୂଳକ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି । ନିର୍ବାଚନ ଆୟୋଗ ଏନେଇ ଇଲେକ୍ଟ୍ରୋନିକ ମିଡିଆ, ପ୍ରିଂଟ ମିଡିଆ ଜରିଆରେ ମଧ୍ୟ ପ୍ରଚାର ଆରମ୍ଭ କରି ଅଧିକରୁ ଅଧିକ ଯୋଗ୍ୟ ସର୍ଭିସ ଭୋଟର୍ସଙ୍କୁ ନିଜ ନାଁ ଏଥିରେ ସାମିଲ କରିବାକୁ ଚେଷ୍ଟା ଚଳାଇଛନ୍ତି ।