ହ୍ୟୁଷ୍ଟନ: ଆମେରିକାର ପ୍ରଥମ ପଗଡ଼ି ବନ୍ଧା ପୋଲିସ ଅଧିକାରୀ ସନ୍ଦୀପ ସିଂହ ଧଲିୱାଲଙ୍କର ଗୁଳିମାଡରେ ମୃତ୍ୟୁ ଘଟିଛି । ଆମେରିକୀୟ ରାଜ୍ୟ ଟେକ୍ସାସରେ ସନ୍ଦୀପଙ୍କୁ ଏକ ଟ୍ରାଫିକ ପୋଷ୍ଟରେ କ୍ରମାଗତ ଭାବେ ଗୁଳି କରି ହତ୍ୟା କରାଯାଇଛି । ଆମେରିକୀୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଘଟଣା ସମୟରେ ସନ୍ଦୀପ ଏକ ଟ୍ରାଫିକ ଡ୍ୟୁଟିର ତଦନ୍ତ ପାଇଁ ଯାଇଥିଲେ ।
ଏଡ ଗୋନଞ୍ଜଲେଜ କହିଛନ୍ତି, ସନ୍ଦୀପ ଧଲିୱାଲଙ୍କୁ ଗାଡ଼ିରେ ଯାଉଥିବା ୨ ଜଣ ପୁରୁଷ ଓ ମହିଳା ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ କାରରୁ ବାହାରି ସନ୍ଦୀପଙ୍କ ଉପରକୁ ଅଚାନକ ଗୁଳି କରିଥିଲା । ଗୁଳିମାଡ଼ ପରେ ଆତତାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ସନ୍ଦୀପଙ୍କ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।
ସନ୍ଦୀପ ସିଂହ ବିବାହିତ ଥିଲେ ଏବଂ ତାଙ୍କର ୩ଟି ସନ୍ତାନ ଥିଲେ । କମିଶନର ଆଦ୍ରିଆନ ଗାର୍ସିଆ କହିଛନ୍ତି, ସନ୍ଦୀପ ଥିଲେ ଅନେକଙ୍କ ପାଇଁ ଉଦାହରଣ । ସେ ତାଙ୍କ ସଂପ୍ରଦାୟକୁ ଭଲ ପାଉଥିଲେ । ଅପରପକ୍ଷେ ତାଙ୍କର ସଂପ୍ରଦାର ଲୋକେ ମଧ୍ୟ ସନ୍ଦୀପଙ୍କୁ ସମ୍ମାନ କରୁଥିଲେ ।