ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ: ଦିନ ସାଢେ ୩ଟା ସୁଦ୍ଧା ୫୭% ମତଦାନ

ଭୁବନେଶ୍ୱର : ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ଓଡ଼ିଶାର ୪ଟି ଲୋକସଭା ସଂସଦୀୟ ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟରୁ ମିଳିଥିବା ସୂଚନା ଅନୁସାରେ ୩.୩୦ ସମୟ ସୁଦ୍ଧା ୫୭% ମତଦାନ ହୋଇଛି। ବ୍ରହ୍ମପୁର ଲୋକସଭା ଆସନ ପାଇଁ ୫୩% ମତଦାନ ହୋଇଛି। ସେହିପରି ନବରଙ୍ଗପୁର ଲୋକସଭା ଆସନ ପାଇଁ ୫୮% ମତଦାନ ହୋଇଛି। କୋରାପୁଟ ଲୋକସଭା ଆସନ ପାଇଁ ୫୫% ମତଦାନ ହୋଇଥିବା ବେଳେ କଳାହାଣ୍ଡି ଲୋକସଭା ଆସନ ପାଇଁ ୫୪% ମତଦାନ ହୋଇଛି।
କିଛି ମାଓପ୍ରବଣ ଅଞ୍ଚଳରେ ନିର୍ବାଚନ ହୋଇପାରିନଥିବା ସୂଚନା ମିଳିଛି।