ଅକ୍ଟୋବର ୨୪ରେ ପ୍ରଥମ ଥର ଜମ୍ମୁ କଶ୍ମୀରରେ ବିଡିସି ନିର୍ବାଚନ

ଶ୍ରୀନଗର: ଆସନ୍ତା ଅକ୍ଟୋବର ୨୪ରେ ନବ ଗଠିତ କେନ୍ଦ୍ର ଶାସିତ ଅଂଚଳ ଜମ୍ମୁ କଶ୍ମୀରରେ ପ୍ରଥମ ଥର ବିଡିସି (ବ୍ଲକ ଡଭଲପମେଣ୍ଟ କାଉନସିଲ ଅଥବା ପଂଚାୟତସ୍ତରୀୟ ନିର୍ବାଚନ) ନିର୍ବାଚନ ହେବ । ରାଜ୍ୟର ରାଜଧାନୀ ଶ୍ରୀନଗରରେ ରବିବାର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାର ଏହି ସୂଚନା ଦେଇଛନ୍ତି । ମତଗଣନା ସେହି ଦିନରେ କରାଯିବ । 

ଶୈଳେନ୍ଦ୍ର କୁମାର କହିଛନ୍ତି, କେନ୍ଦ୍ର ଶାସିତ ଅଞ୍ଚଳର ୩୧୬ ବ୍ଲକରୁ ୩୧୦ ବ୍ଲକରେ ତହସିଲ ଏବଂ ଜିଲ୍ଲା ପରିଷଦର ନିର୍ବାଚନ କରାଯିବ । ପୁଲୱାମା ଓ ଶ୍ରୀନଗର ବ୍ଲକରେ ନିର୍ବାଚନ ହେବ ନାହିଁ । କାରଣ ଏଠାରେ ସରପଞ୍ଚ ପ୍ରାର୍ଥୀ ମନୋନୀତ ହୋଇ ନାହାନ୍ତି । ସେହିପରି ୪ଟି ବ୍ଲକରେ ମହିଳାଙ୍କ ସ୍ଥାନ ସଂରକ୍ଷଣ ଥିବା ବେଳେ ଏଠାରୁ କେହି ପ୍ରାର୍ଥୀ ହୋଇ ନାହାନ୍ତି ।