ଭୁବନେଶ୍ୱର: ରାଜ୍ୟର ପ୍ରଥମ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭୁବନେଶ୍ୱରର ଏହି ଆକ୍ରାନ୍ତ ଜଣଙ୍କ ସୁସ୍ଥ ହୋଇ ଘରକୁ ଫେରିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ତାଙ୍କ ରକ୍ତ ନମୂନା ରିପୋର୍ଟ ନେଗେଟିଭ ଆସିବା ପରେ ତାଙ୍କୁ ହସ୍ପିଟାଲ କର୍ତୃପକ୍ଷ ଘରକୁ ଯିବା ପାଇଁ ଅନୁମତି ଦେଇଛନ୍ତି ।
The first COVID-19 positive case, belonging to Bhubaneswar who is being treated at Capital hospital has recovered and tested negative for COVID-19. He is being discharged. Active COVID-19 cases in Odisha now stand at 3. Congratulations to the medical team at Capital Hospital.
— H & FW Dept Odisha (@HFWOdisha) April 3, 2020
ପୂର୍ବରୁ ଦ୍ୱିତୀୟ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଆଜି ପ୍ରଥମ କୋରୋନା ଆକ୍ରାନ୍ତ ଘରକୁ ଫେରିଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ପ୍ରଥମ ଆକ୍ରାନ୍ତ ସୁସ୍ଥ ହେବା ପରେ ସରକାରଙ୍କ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଟିମକୁ ଅଭିନନ୍ଦନ ଜଣାଯାଇଛି ।