ଜଳିଗଲା ୧୦ ବଖରା : ୩ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକ ଜିଲା ସାହାଡ଼ା ପଚାଂୟତ ଧର୍ମଶରଣବିନ୍ଧା ଗାଁରେ ଭୋର ପ୍ରାୟ ୪.୩୦ ମିନିଟ୍ରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୯ ବଖରା ଘର ଜଳିଯିବା ସହ ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲେ । ଏହି ନିଆଁ ପ୍ରଥମେ ବୈକୁଣ୍ଠ ସାହୁଙ୍କ ଗୁହାଳରେ ଲାଗିଥିଲା । ଫଳରେ ଗୁହାଳରେ ଥିବା ୩ଟି ଗୋଈ ପୋଡି ଯାଇଥିଲେ । ପରେ ନିଆଁ ଅତିକ୍ରମ କରି ପଡୋଶୀ ପୁରୁଷୋତମ ସେଠୀଙ୍କ ଘରେ ନିଆଁ ଲାଗିଥିଲା । ଫଳରେ ତାଙ୍କର ୭ ବଖରା ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଜଣାପଡ଼ିଛି । ନିଆଁ ଲାଗିବାର କାରଣ ଏଯାବତ୍ ସ୍ପଷ୍ଟ ହୋଇପାରି ନ ଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି ।