ଭୁବନେଶ୍ୱର ମଂଚେଶ୍ୱର ଗ୍ୟାସ୍ କଂଟେନର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ଭୁବନେଶ୍ୱର ମଂଚେଶ୍ୱର ଶିଳ୍ପାଂଚଳରେ ଥିବା ଇଣ୍ଡେନ ଗ୍ୟାସ କଂଟେନର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତ୍ରିରେ ଏହି ଅଗ୍ନିକାଣ୍ଡ ଘଟିଛି । ଗ୍ୟାସ କଂଟେନର ତିଆରି ଚାଲିଥିବାବେଳେ ଓଲଡିଂ ମେସିନରୁ ଗ୍ୟାସ ଲିକେଜ୍ ପରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ନିଆଁକୁ ଆୟତ କରିବା ପାଇଁ ୩ଟି ଦମକଳ ବାହିନୀକୁ ଦୀର୍ଘ ୩ ଘଂଟା ପ୍ରୟାସ କରିବାକୁ ପଡିଥିଲା । ୨୫ଜଣ ଅଗ୍ନିଶମବାହିନୀ କର୍ମଚାରୀ ନିଆଁକୁ ଆୟତ କଲେ ଦମକଳ ବାହିନୀ ।