ବାରିପଦାରେ କାଗଜ ଗୋଦାମରେ ଅଗ୍ନିକାଣ୍ଡ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାରିପଦା ମଂଚାବନ୍ଧା ନିକଟରେ ଥିବର କାଗଜ ଗୋଦାମରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନ୍ୟପଟେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଛି ।

ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ପରେ ବାରିପଦା ସହର ଉପକଣ୍ଠ ମଞ୍ଚାବନ୍ଧା ନିକଟରେ ଥିବା ଏକ ରଦ୍ଦି କାଗଜ ଗୋଦାମରେ କୈାଣସି କାରଣରୁ ନିଆଁ ଲାଗିଥିଲା । ନିଆଁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ନିଆଁ ଏତେ ବ୍ୟାପି ଯାଇଥିଲା ଯେ, ଗୋଦାମରେ ନିଆଁ ଲିଭା କାର୍ଯ୍ୟ ଗତକାଲି ରାତିରୁ ଆଜି ସକାଳ ଯାଏଁ ଚାଲିଥିଲା । ନିଆଁକୁ ଆୟତ୍ତ କରିବାକୁ ନାକେଦମ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ ।

୩ଟି ଦମକଳ ଗାଡ଼ି ଏହି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କାର୍ଟୁନ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।