ମୁମ୍ବାଇ-ହାୱଡ଼ା ଲୋକମାନ୍ୟ ତିଲକ୍‍ ଏକ୍ସପ୍ରେସର ବଗିରେ ଅଗ୍ନିକାଣ୍ଡ

ରାଉରକେଲା : ଝାଡ଼ଖଣ୍ଡର ଲୋଟାପାହାଡ଼-ଚକ୍ରଧରପୁର ଷ୍ଟେସନ ମଝିରେ ସୋମବାର ଅଗ୍ନିକାଣ୍ଡ ହୋଇଛି। ମୁମ୍ବାଇ-ହାୱଡ଼ା ଲୋକମାନ୍ୟ ତିଲକ୍‍ ଏକ୍ସପ୍ରେସରେ ଗୋଟିଏ ବଗିରେ ନିଆଁ ଲାଗିଯିବା ପରେ ଜୀବନ ବଞ୍ଚାଇବାକୁ ଯାଇ ଯାତ୍ରୀମାନେ ଟ୍ରେନରୁ ଡ଼େଇଁଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାନ୍ତ୍ରିକ ତ୍ରୁଟି କାରଣରୁ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। କିଛି ସମୟ ମଧ୍ୟରେ ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରିଥିଲେ। ପ୍ରାୟ ଘଣ୍ଟାଏ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ଟ୍ରେନଟି ଗନ୍ତବ୍ୟ ମାର୍ଗରେ ଯାଇଥିଲା।