ପାଳଗଦା ନିଆଁରେ ଜଳିଗଲେ ୪ ଶିଶୁ

ପୋଲସରା: ପାଳ ଗଦାରେ ନିଆଁ ଲାଗି ଜଳିଗଲେ ୪ ନିରିହ ଶିଶୁ । ରବିବାର ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଖଇରଛଟା ଗାଁରେ ୪ଜଣ ଶିଶୁ ପାଳ ଗଦାରେ ଖେଳୁଥିବା ବେଳେ ନିଆଁ ଲାଗି ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ସୋମବାର ଖଇରଛଟା ଗାଁରେ ୪ଜଣ ଶିଶୁ ପାଳଗଦାରେ ଖେଳୁଥିବା ସମୟରେ ହଠାତ ପାଳଗଦାରେ ନିଆଁ ଲାଗିଯାଇଥିଲା । ଫଳରେ ୪ଜଣ ନିଷ୍ପାପ ଶିଶୁ ଜିଅନ୍ତା ଜଳିଯାଇଥିଲେ । ଏହି ଘଟଣା ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା ।

ମାତ୍ର ଗୁରୁତର ଶିଶୁଙ୍କୁ ଚିକିତ୍ସା କରୁଥିବା ଏମକେସିଜିରେ ଡାକ୍ତର ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅନ୍ୟ ଜଣେ ଶିଶୁର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଶିଶୁଟିକୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଶିଶୁଟିର ମୃତ୍ୟୁ ଘଟିଛି ।

ତେବେ ମୃତ ଶିଶୁମାନେ ହେଲେ ସାଇରାମ ଜେନା , ଆଲୋକ ଜେନା, ଦୀପକ ଗୌଡ ଏବଂ ଇତିଶ୍ରୀ ଜେନା ବୋଲି ଜଣାପଡିଛି । ଏପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।