ନୀଳଚକ୍ର ବାନାରେ ଲାଗିଲା ନିଆଁ

ପୁରୀ: ନୀଳଚକ୍ର ବାନାରେ ଲାଗିଲା ନିଆଁ । ଶ୍ରୀମନ୍ଦିରର ନୀଳଚକ୍ରରେ ଥିବା ମାନସିକ ବାନାରେ ଦୀପରୁ ନିଆଁ ଲାଗି ଯିବାରୁ ପତାକାଟି ଜଳି ଯାଇଛି । ତେବେ କିଛି ସମୟ ପରେ ଏହା ଲିଭି ଯାଇଥିଲା । ସୂଚନା ଅନୁଯାୟୀ ଆଜି ଏକାଦଶୀ ତିଥି ଥିବାରୁ ପରମ୍ପରା ଅନୁଯାୟୀ ନୀଳଚକ୍ର ପାଖରେ ମହାଦୀପ ଲାଗି ହୋଇଥିଲା ।

ତେବେ ସନ୍ଧ୍ୟାରେ ପ୍ରବଳ ପବନ କାରଣରୁ ନୀଳଚକ୍ରରେ ଲାଗିଥିବା ଛୋଟ ମାନସିକ ବାନାରେ ନିଆଁ ଲାଗି ଯାଇଥିଲା । ପରେ ଆପେଆପେ ଏହା ଲିଭି ଯାଇଥିଲା । ଅନ୍ୟପଟେ ଏଭଳି ଘଟଣା ପୂର୍ବରୁ କେବେ ହୋଇନଥିବା ବେଳେ ଏହାକୁ ନେଇ ଭକ୍ତ ମହଲରେ ନାନା ଆଶଙ୍କା ପ୍ରକାଶ ପାଇଛି ।