କୁଏତରେ ଅଗ୍ନିକାଣ୍ଡ; ୪୦ ଭାରତୀୟଙ୍କ ସମେତ ୫୩ ଜଣଙ୍କର ମୃତ୍ୟୁ

ଦକ୍ଷିଣ କୁଏତର ଏକ କୋଠାରେ ଅଗ୍ନିକାଣ୍ଡ ଘଟଣାରେ ମୃ୍ତ୍ୟୁ ସଂଖ୍ୟା ବଢ଼ିଛି। ଏହି ଅଗ୍ନିକାଣ୍ଡରେ ୪୦ ଜଣ ଭାରତୀୟଙ୍କ ସମେତ ୫୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡରେ କୋଠାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କୁହାଯାଉଛି ଯେ ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂରେ ଶ୍ରମିକମାନେ ରହୁଥିଲେ। ବୁଧବାର ସକାଳ ୬ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ କୁଏତ ସରକାର ରିଅଲ ଇଷ୍ଟେଟ ମାଲିକଙ୍କୁ ଦାୟୀ କରିଛନ୍ତି।

କୁନା ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଏହି ଦୁଃଖଦ ଘଟଣାରେ ଅନ୍ୟ ୧୫ ଜଣ ମଧ୍ୟ ଆହତ ହୋଇଛନ୍ତି। ଏଥି ସହିତ, ଅନ୍ୟ ଦଶଜଣଙ୍କୁ ନିରାପଦରେ ବଞ୍ଚାଇବାରେ ଉଦ୍ଧାରକାରୀ ଦଳ ସଫଳ ହୋଇଛନ୍ତି। ଏହି ସମୟରେ କୁଏତରେ ଥିବା ଭାରତୀୟ ଦୂତାବାସ ଏକ ଜରୁରୀକାଳୀନ ନମ୍ବର +୯୬୫-୬୫୫୦୫୨୪୬ ଜାରି କରିଛି। ଲୋକମାନେ ଏହି ଫୋନ୍ ନମ୍ବରକୁ କଲ କରି ନିଜ ପ୍ରିୟପରିଜନଙ୍କ ବିଷୟରେ ସୂଚନା ପାଇପାରିବେ।