ଚାଇନା :ପୂର୍ବ ଚାଇନାର ୟାଞ୍ଚେଙ୍ଗ୍ ସହରରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୪୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। କାରଖାନା ପରିସରରେ କିଛି ଲୋକ ଅଟକି ରହିଥିବା ପୋଲିସ କହିଛି। ବପ୍ସୋରଣ ଏତେ ଭୟଙ୍କର ଥିଲା ଯେ ଲୋକଙ୍କ ବଞ୍ଚାଇବା ପାଇଁ ସମୟ ନଥିଲା । ଯିଏ ଯେଉଁଠି ଥିଲେ ସେ ସେଇଠି ଜଳି ଯାଇଥିଲେ ।
ଅନ୍ୟପକ୍ଷରେ ଗୁରୁତରଙ୍କ ମଧ୍ୟରୁ ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି। ଗତବର୍ଷ ନଭେମ୍ବରରେ ଏଠାକାର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟି ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୨ ଆହତ ହୋଇଥିଲେ। ସେହିପରି ଗତ ଜୁଳାଇରେ ଶିହ୍ନୁଆ ପ୍ରଦେଶର ଏକ କାରଖାନାରେ ନିଆଁ ଳାଗି ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଥିଲେ।