ଗ୍ୟାସ ଟାଙ୍କି ଫାଟି ପୋଡ଼ିଗଲେ ୩ଜଣ, ଜଳିଗଲା ୧୧ବଖରା

ଢେଙ୍କାନାଳ: ଢେଙ୍କାନାଳରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ନିଆଁ ଲାଗି ଗୋଟିଏ ପରିବାରର ୩ଜଣ ପୋଡ଼ି ହୋଇଯାଇଥିବା ବେଳେ ୧୧ବଖରା ଘର ମଧ୍ୟ ପୋଡ଼ିଯାଇଛି ।

ସୂଚନାନୁସାରେ, ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବାଙ୍ଗୁରୁସିଙ୍ଗା ଗାଁ ସଅର ସାହିରେ ଅଗ୍ନିକାଣ୍ଡ ଘଟି ୩ଜଣ ପୋଡ଼ି ହୋଇଯାଇଛନ୍ତି । ଘରେ ଜଣେ ମହିଳା ରୋଷେଇ କରୁଥିବା ବେଳେ କୈାଣସି କାରଣରୁ ହଠାତ ଗ୍ୟାସ ଟାଙ୍କିଟି ଫାଟିଯାଇଥିଲା । ଫଳରେ ନିଆଁ ଲାଗି ପରିବାରର ତିନଜଣ ମାଆ ,ପୁଅ ,ବୋହୂ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି । ଏହା ସହ ଅଗ୍ନିକାଣ୍ଡରେ ୧୧ବଖରା ଘର ମଧ୍ୟ ପୋଡ଼ିଯାଇଛି । ଗୁରୁତର ହୋଇପଡ଼ିଥିବା ମାଆ ,ପୁଅ ,ବୋହୂଙ୍କୁ ପଥମେ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।