ଗଞ୍ଜାମ: କରୋନା ନେଇ ଚାରିଆଡେ ଲକ୍ ଡାଉନ୍ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ସୁନାପୁର ସରପଂଚ ମଞ୍ଜୁଳା ବେହେରାଙ୍କ ଘରକୁ କେତେକ ଦୁର୍ବୃତ ପଟ୍ରୋଲ ପକାଇ ଜାଳି ଦେଇଥିବାର ଅଭିଯୋଗ ହୋଇଛି ।
ସରପଂଚ ମଞ୍ଜୁଳା ବେହେରାଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ରାତି ପ୍ରାୟ ୧ଟା ସମୟରେ କେତେକ ଦୁର୍ବୃତ ପେଟ୍ରୋଲ ପକାଇ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ମଞ୍ଜୁଳା ବେହେରାଙ୍କ ସ୍ୱାମୀ ଘରେ ନ ଥିଲେ। ତାଙ୍କ ସହ ଝିଆରୀ ଓ ଜଣେ ପଡ଼ୋଶୀ ଘରେ ଥିଲେ। ନିଆଁ ଲାଗିବା ମାତ୍ରେ ମଞ୍ଜୁଳାଙ୍କର ନିଦ ଭାଙ୍ଗିଥିଲା।
ସେ ତତକ୍ଷଣାତ୍ ଏନେଇ ସୁନାପୁର ସାମୁଦ୍ରିକ ଥାନା ଓ କନିସି ଦମକଳ ବାହିନୀକୁ ଖବର ଦେଇଥିଲେ। କନିସି ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ। ସୁନାପୁର ସାମୁଦ୍ରିକ ଥାନା ଏସଂପର୍କରେ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ସରପଂଚ ମଞ୍ଜୁଳା ବେହେରା, ଝିଆରୀ ଓ ତାଙ୍କ ପଡ଼ୋଶୀ ଅଳ୍ପକେ ବର୍ତିଯାଇଛନ୍ତି ।