ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ :ଦେଶର ରାଜଧାନୀ ଦିଲ୍ଲୀର ଜଣା ଶୁଣା ହସ୍ପିଟାଲ ଏମ୍ସରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଫଳରେ ଏହି ଅଗ୍ନକାଣ୍ଡ ହୋଇଥିବା ଅନୁମାନ କରାଯାଇଛି । ପ୍ରାଥମିକ ସ୍ତରରେ ମିଳିଥିବା ସୂଚନା ଅନୁସାରେ ହସ୍ପିଟାଲର ଏମରଜେନ୍ସି ବୋର୍ଡ ନକଟରେ ଥିବା ଟିଚିଙ୍ଗ ବ୍ଲକର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି । ନିଆଁକୁ ଆୟତ କରିବା ପାଇଁ ଘଟଣସ୍ଥଳରେ ଦମକଳ ବାହିନୀର ୩୪ଟି ଗାଡି ନିୟୋଜିତ ରହିଛି । ସୁରକ୍ଷା ଦୃଷ୍ଟିରୁ ଏମରଜେନ୍ସି ବୋର୍ଡକୁ ବନ୍ଦ କରାଯାଇଛି ।  ବର୍ତ୍ତମାନ ସୁଦ୍ଧା କେହି ଆହାତ ହୋଇ ନଥିବା ସୂଚନା ମିଳିଛି ।

ମିଡିଆ ରିପୋର୍ଟ ଅନୁସାରେ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ପରେ ହସ୍ପିଟାଲରେ ହଇ ଚଇ ସୃଷ୍ଟି ହୋଇଥିଲା । ନିଆଁକୁ ଆୟତ କରିବା ପାଇଁ ଅଗ୍ନିଶମ ଅଧିକାରୀ ଚେଷ୍ଟା ଜାରି ରଖିଛନ୍ତି । ହସ୍ପିଟାଲ ଆଖପାଖ ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇ ଯାଇଛି । ସନ୍ଧ୍ୟା ସମୟରେ ଟିଚିଂ ବ୍ଲକ ଖାଲି ରହୁଥିବାରୁ ଏହି ଅଗ୍ନିକାଣ୍ଡରେ ଧନ ଜୀବନର ହାନୀ ହୋଇନଥିବା ସୂଚନା ମିଳିଛି । ସନ୍ଧ୍ୟା ୫ଟାରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ଦୀର୍ଘ ଏକ ଘଣ୍ଟା ଧରି ପ୍ରୟାସ ଜାରି ରହିଛି । ନିଆଁ ଧିରେ ଧିରେ ଆୟତ ହେବାରେ ଲାଗିଛି । ନିଆ ଲିଭା କାର୍ଯ୍ୟରେ ପ୍ରାୟ ତିନି ଡର୍ଜନ ଦମକଲ ଗାଡି ନିୟୋଜିତ ରହିଛି ।