ମୁମ୍ବାଇର ପରେଲର କ୍ରିଷ୍ଟାଲ ଟାୱାରରେ ନିଆଁ ଲାଗି ୪ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇର ପରେଲ ଅଞ୍ଚଳରେ ଥିବା କ୍ରିଷ୍ଟାଲ୍‌ ଟାୱାର ୧୨ ମହଲାରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୬ ଜଣ ଆହତ ହୋଇଛନ୍ତି। ୧୨ମହଲାରେ ରହୁଥିବା ଲୋକମାନଙ୍କୁ କ୍ରେନ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା । ଅଗ୍ନଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି,“କ୍ରିଷ୍ଟାଲ୍ ଟାୱାରରେ ନିଆଁ ଲାଗିଥିବା ନେଇ ସକାଳ ୮ଟା ୩୨ ମିନିଟ୍‌ରେ କଣ୍ଟ୍ରୋଲ୍‌ ରୁମ୍‌କୁ ସୂଚନା ଆସିଥିଲା।” କୋଠାର ୧୨ତମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ପାଖାପାଖି ୮ଟା ୫୫ରୁ ନିଆଁ ଲିଭା ଆରମ୍ଭ ହୋଇଥିଲା ଓ ୧୦ଟା ବେଳକୁ ଶେଷ ହୋଇଥିଲା।

ମୁମ୍ବାଇ ଫାୟାର ବ୍ରିଗେଡ୍ ମୁଖ୍ୟ ପି.ଏସ୍ ରାହାଙ୍ଗଦଲେ କହିଛନ୍ତି, ନିଆଁ ଓ ଧୂଆଁରେ ଲୋକେ ଷ୍ଟେୟାରକେସ୍‌ରେ ଫସି ରହିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଏନେଇ ତଦନ୍ତ ଚାଲିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି କୋଠାରେ ଯେମିତି ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବା କଥା ତାହା  ରହି ନଥିଲା।