ସୁରଟ: ଗୁଜୁରାଟର ସୁରଟସ୍ଥିତ ରଘୁବୀର ଟେକ୍ସଟାଇଲ ମାର୍କେଟରେ ଭୀଷଣ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ୫୦ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରୁଛନ୍ତି । ନିଆଁ ଲାଗିଥିବାର କାରଣ ସ୍ପଷ୍ଟ ନଥିବାବେଳେ, ଚତୁଃର୍ଦିଗ ଧୂଆଁମୟ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୧୦ ମହଲା କପଡା ମାର୍କେଟଟି ସମ୍ପର୍ଣ୍ଣ ଜଳପୋଡି ନଷ୍ଟ ହୋଇଯାଇଥିବାବେଳେ କିଛି ଦିନ ପୂର୍ବରୁ ୯ ମହଲା କୋଠାରେ ନିଆଁ ଲାଗିଥିଲା ।
ଉପର ମହଲାରେ ଥିବା ଏକ ଦୋକାନରେ ପ୍ରଥମେ ନିଆଁ ଲାଗିବା ପରେ ଧୀରେ ଧୀରେ ଏହି ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି। ଯଦିଓ ଅଗ୍ନିକାଣ୍ଡର କାରଣ କର୍ମଚାରୀମାନେ ଜାଣିପାରିନାହାନ୍ତି, ମାତ୍ର ପଲିଷ୍ଟର୍ କପଡ଼ା ହେତୁ ଏହି ନିଆଁ ଚାରିଆଡ଼େ ବ୍ୟାପି ଯାଇଥିବା ସୂଚନା ଦେଇଛନ୍ତି। ଏହି ଅଗ୍ନକାଣ୍ଡରେ କୋଟି କୋଟି ଟଙ୍କାର କପଡ଼ା ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଏହି ବଜାରରେ ଦ୍ବିତୀୟ ଥର ପାଇଁ ଅଗ୍ନିକାଣ୍ଡ ଘଟିଛି। ପୂର୍ବରୁ ଜାନୁଆରି ୮ ତାରିଖରେ ରଘୁବୀର ବଜାରରେ ଅଗ୍ନକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗ ସେଠାରେ ଆବଶ୍ୟକୀୟ ନିରାପତା ଉପକରଣ ଲଗାଇବା ପାଇଁ ନୋଟିସ୍ ଜାରି କରିଥିଲା।