ଧଉଳି ଏକ୍ସପ୍ରେସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋର ରେଳ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ମାତ୍ର ଅଳ୍ପକେ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି ।  ଆଜି ଡାଉନ ଲାଇନ ପୁରୀ ହାୱଡା ଧଉଳି ଏକ୍ସପ୍ରେସ ହାୱଡା ଅଭିମୁଖେ ଯାଉଥିବା ବେଳେ ସୋରରେ ଅଟକି ଥିଲା । ଟ୍ରେନ ଅଟକିବା ପରେ ଡି1 ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।

ନିଆଁ ଲିଭାଇବା ପାଇଁ ସୋର ଦମକଳ ଓ ଜିଆରପି ତତକ୍ଷଣାତ ନିଆଁ ଲିଭା କାମରେ ଲାଗିପଡିଥିଲେ । ତେବେ ଟ୍ରେନ ବ୍ରେକରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମିତି ଘଟଣା ଘଟିଛି ବୋଲି ଜଣାପଡିଛି । ଦୀର୍ଘ ସମୟ ଟ୍ରେନ ଷ୍ଟେସନରେ ଅଟକିବା ପରେ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା ।