ଆସାମରେ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ

ଗୌହାଟୀ: ଆସାମ ତିନସୁକିଆ ସ୍ଥିତ ଓଏନଜିସି ପାଇପ୍‌ଲାଇନ୍‌ରେ ଭୟାବହ ଅଗ୍ନିକାଣ୍ଡ । ସୂଚନା ଅନୁସାରେ, ତିନସୁକିଆ ବାଘଜାନ୍ ଅଞ୍ଚଳରେ ଥିବା ଓଏନଜିସି ପାଇପ୍‌ଲାଇନ୍‌ରେ ସୋମବାର ଦିନ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ବୁଲ୍ ଲାଇନ୍ (ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ) ଅଞ୍ଚଳରେ ନିଆଁ ଲାଗି ଯାଇଥିଲା । ବହୁତ ସମୟ ଧରି ହୁତ୍ ହୁତ୍ ହୋଇ ଏହି ନିଆଁ ଜଳିଥିଲା। ଏତେ ସମୟ ଧରି ନିଆଁ ଜଳୁଥିବାର ଦେଖିଲୋକେ ଆତଙ୍କିତ ହୋଇପଡ଼ିଥିଲେ ।

ଖବର ପାଇ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ । କିଛି ଘଣ୍ଟାର ଅପରେସନ୍ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଗତ ମାସରୁ ତିନିସୁକିଆର ଓଏନଜିସି ପାଇପଲାଇନ୍‌ରେ ବିଭିନ୍ନ ଅଞ୍ଚଳରେ ନିଆଁ ଲାଗିବା ପରେ ଏହାକୁ ଲିଭାଇବା ପାଇଁ ଲାଗିଛନ୍ତି ବିଶେଷଜ୍ଞ ଟିମ୍ ।