ଏମଟିଏନ୍‌ଏଲ୍‌ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ: ସରକାରୀ ଟେଲିଫୋନ୍‌ କମ୍ପାନୀ ଏମଟିଏନ୍‌ଏଲ୍‌ର ବାନ୍ଦ୍ରା ସ୍ଥିତ ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ପରେ ବିଲଡିଂର ଛାତ ଉପରେ ୧୦୦ରୁ ଅଧିକ ଲୋକ ଫସି ରହିଥିବା ଦେଖିବାକୁ ମିଳିଛି।

ଅଗ୍ନିକାଣ୍ଡ ଏତେ ଭୟଙ୍କର ହୋଇଛି ଯେ ଏହାକୁ ଲିଭାଇବା ପାଇଁ ୧୪ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ବାନ୍ଦ୍ରା ଉପକଣ୍ଠ ଏସ୍‌ଭି ରୋଡ୍‌ରେ ଥିବା ଏହି ୯ ମହଲା ବିଶିଷ୍ଟ ବିଲଡିଂର ୩ୟ ଓ ୪ର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଲେଖା ହେବା ବେଳକୁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ।