ଜଳିଗଲା ୧୦ ବଖରା

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆମ୍ବରୋଲି ଗାଁରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଜଳିଯାଇଛି । ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲା । ଖବର ମିଳିଛି ଯେ, ଏହି ନିଆଁ ପ୍ରଥମେ ଗାଁର ରାମଚନ୍ଦ୍ର ବେହେରାଙ୍କ ଘରେ ଲାଗି ପରେ ୩ଜଣ ପଡୋଶୀଙ୍କ ଘରକୁ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ୪ଟି ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଏହି ଅଗ୍ନିକାଣ୍ଡ ଶର୍ଟ ସର୍କିଟରୁ ହୋଇଥିବା ଅନୁମାନ କରାଯାଉଛି ।