ଦିଲ୍ଲୀର ନାରାୟଣା ଶିଳ୍ପାଂଚଳରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ନାରାୟଣା ଶିଳ୍ପାଂଚଳରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଏହି ଅଂଚଳର ଏକ ପେପର କାର୍ଡ କାରଖାନାରେ ହୋଇଥିବା ଜଣାପଡ଼ିଛି । ଖବରପାଇ ଘଟଣାସ୍ଥଳରେ ୨୩ଟି ଦମକଳ ଗାଡି ଆସି ନିଆଁକୁ ଆୟତ କରୁଥିବା ଜଣାପଡ଼ିଛି । ଉପ ମୁଖ୍ୟ ଅଗ୍ନିଶମ ଅଧଓôକାରେୀ ରାଜେଶ ପୱାର କହିଛନ୍ତି ଯେ, ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଏଯାବତ୍ ସୂଚନା ମିଳିନି । ଏହି କାରଖାନାରେ ଗ୍ରିଟିଂ କାର୍ଡ ପ୍ରସ୍ତୁତ ହୋଇଥାଏ । ଏଥିରେ ଆର୍ଚେସ ଭଳି ବଡ଼ ବ୍ରାଣ୍ଡର କାର୍ଡ ପ୍ରସ୍ତୁତ ହୋଇଥାଏ ।