ପାଠକ ବାପ ପୁଅଙ୍କ ବିରୁଦ୍ଧରେ ରୁଜୁ ହେଲା କେସ : ଟ୍ରାଭେଲ୍ ଏଜେନ୍ସି ସ୍କାଏ କିଙ୍ଗ୍‌ର ୬୫ ଲକ୍ଷ ଟଙ୍କା ବାକି ରଖିଛି ଆକାଶ ପାଠକ

ମାଗିବାରୁ କହିଲା ‘ମାରିଦେବି’ ଅଭିଯୋଗ କରିଛନ୍ତି ପ୍ରଭାସ କୁମାର ଚୌଧୁରୀ : ଖାରବେଳ ନଗର ଥାନା ପୁଲିସ ଏକ ମାମଲା

ଭୁବନେଶ୍ବର : ପାଠକ ବାପ ପୁଅଙ୍କ ବିରୁଦ୍ଧରେ ରୁଜୁ ହେଲା କେସ । ଖ।ରବେଳନଗର ଥାନା ରେ କେସ ରୁଜୁ ହେଲା । ସ୍କାଇ କିଂ ର ଏମଡି ପ୍ରଭାସ କୁମାର ଚୌଧୁରୀ ଦେଲେ ଏତେଲା । 65 ଲକ୍ଷ ଟଙ୍କା ଦେଇ ନଥିବା ଅଭିଯୋଗ ଆଣିଛନ୍ତି । ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି 5 ରୁ 6 ଥର ଚାଟାର୍ଡ ପ୍ଲେନ ରେ ଉଡ଼ିଛନ୍ତି । ସମୁଦାୟ 10 ଥର ଭଡାରେ ନେଇଛନ୍ତି ଚାଟାର୍ଡ ପ୍ଲେନ । ପ୍ରଭାସ କୁମାର ଚୌଧୁରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅ ଟାଟା ରେ କାମ କରୁଥିବା ସେ କହିଥିଲେ । ଏପରିକି ଟାଟା କମ୍ପାନୀ ର ଜିଏସଟିଏନ ନମ୍ବର ବି ଦେଇଥିଲେ । ଅଭୟ ତାଙ୍କ ସରକାରୀ ବାସ ଭବନ କୁ ଡାକି ତାଙ୍କ ପୁଅ ସହ ପରିଚିତ କରାଇବା ପରେ ଭଡା ରେ ପ୍ଲେନ ଦେବାକୁ ରାଜି ହୋଇଥିଲେ । ତେବେ ଆଜି ସେ ଖରବେଳନଗର ଥାନା ରେ କେସ ରୁଜୁ କରିଛନ୍ତି ।

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଠକେଇ ଅଭିଯୋଗ‌ରେ ଜେଲ୍‌ରେ ଥିବା ବାପ-ପୁଅ ଅଭୟ ଆକାଶଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଚାଟର୍ଡ ଫ୍ଲାଇଟ୍‌ରେ ଯିବାଆସିବା କରି ମଉଜ କରିଥିଲେ ମଧ୍ୟ ଟ୍ରାଭେଲ୍ସ ସଂସ୍ଥାକୁ ୬୫ ଲକ୍ଷର ଚୁନା ଲଗାଇଛନ୍ତି ଅଭୟଙ୍କ ପୁଅ ଆକାଶ ପାଠକ। ବାକି ୬୫ ଲକ୍ଷ ଟଙ୍କା ନ ଦେଇ ସଂସ୍ଥା ମାଲିକଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏଭଳି ଅଭିଯୋଗ ହେବା ପରେ ଖାରବେଳ ନଗର ଥାନା ପୁଲିସ ଏକ ମାମଲା ରୁଜୁ କରିଛି। ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ନାମରେ ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ବାପ-ପୁଅ ଜେଲ୍‌ରେ ଥିବାରୁ ସିଧାସଳଖ ପଚରା ଉଚରା ସମ୍ଭବ ହୋଇ ନାହିଁ। ଏଣୁ ତାଙ୍କୁ ରିମାଣ୍ଡରେ ଆଣିବାକୁ କମିସନରେଟ୍‌ ପୁଲିସ ଯୋଜନା କରୁଥିବା ଜଣାପଡ଼ିଛି।

ଅଭିଯୋଗକାରୀ ହେଉଛନ୍ତି ପୋଖରୀ ପୁଟ୍‌ ଅନନ୍ତ ବିହାରରେ ରହୁଥିବା ପ୍ରଭାସ ଚୌଧୂରୀ ସ୍କାଏ କିଙ୍ଗ୍‌ ସଂସ୍ଥାର ମ୍ୟାନେଜିଂ ପାର୍ଟନର ଅଛନ୍ତି। ଏହି ସଂସ୍ଥା ଟ୍ରେନ୍‌, ଫ୍ଲାଇଟ୍‌, ଚାଟର୍ଡ ଫ୍ଲାଇଟ୍‌ ଟିକେଟ୍‌ ବୁକିଂ ପ୍ରଭୃତି କାରବାରରେ କରିଥାଏ। ଏହାର କାର୍ଯ୍ୟାଳୟ ଖାରବେଳ ନଗର ଓସିଏଚ୍‌ସି କମ୍ପ୍ଲେକ୍ସ ରହିଛି ‌ଯେଉଁଠାରେ ପ୍ରଭାସ କାମ କରନ୍ତି।ଆକାଶ ନିଜକୁ ଟାଟା ମୋଟର୍ସ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଭାବରେ ପରିଚୟ ଦେଇ ଇ-ମେଲ୍ ଏବଂ ଅନ୍ୟାନ୍ୟ ଜାଲ୍ ଡକ୍ୟୁମେଣ୍ଟ୍ ପଠାଇ ଚାର୍ଟାର୍ଡ ଫ୍ଲାଇଟ୍ ହୋଟେଲ ବୁକ୍ କରିଥିଲେ। ଜୁନ୍ ଠାରୁ ଚଳିତ ମାସ ପର୍ଯ୍ୟନ୍ତ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କାର ବୁକିଂ କରିଥିଲେ। ଏହି ବୁକିଂ ବାବଦରେ ସେ ୨ କୋଟି ୧୩ ଲକ୍ଷ ୨୨ ହଜାର ୮ଶହ ୫୪ ଟଙ୍କା ଦେଇଥିଲେ। ଅବଶିଷ୍ଟ ଦେୟ ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଇ ନଥିଲେ। ଏହି ବାକି ଟଙ୍କା ନ ଦେଲେ ଆଉ ଟିକେଟ ବୁକିଂ କରିହେବ ନାହିଁ ବୋଲି ପ୍ରଭାସ କହିବା ପରେ ଆକାଶ ରାଗି ଯାଇଥିଲେ ଏବଂ ପ୍ରଭାସଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ।