କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ପୁଣି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁରେ ଏତଲା

ଖୋର୍ଦ୍ଧା : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ କୋଭିଡ କଟକଣା ଉଲଂଘନ ଅଭିଯୋଗରେ ବୋଲଗଡ ଥାନାରେ ଏତଲା । ସାଂସଦଙ୍କ ନାମରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ସାଂସଦ ଗତକାଲି ପାଟପୁର ଶାସନ ପଞ୍ଚାୟତର ଏକ ମିଶ୍ରଣ କାର୍ଯ୍ୟକ୍ରମରେ କୋଭିଡ କଟକଣାକୁ ନମାନି କର୍ମୀଙ୍କ ସହ ମିଳାମିଶା କରିଛନ୍ତି । ସାମାଜିକ ଦୂରତା ପାଳନ କରିନାହାନ୍ତି, ମାସ୍କ ନ ପିନ୍ଧି ଦଳୀୟ କର୍ମୀ ସଭାରେ ଉପସ୍ଥିତ ରହିଥିଲେ। ତେଣୁ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଛନ୍ତି ଅଭିଯୋଗକାରୀ ରାଇମୋହନ ପଟ୍ଟନାୟକ । କେସ୍ ନଂ ୧୭୧/୨୦ ରେ ପୋଲିସ ମାମଲା ରୁଜୁ କରି ଆଇପିସି ଧାରା ୨୬୯,୨୭୦ ଏବଂ ୪୩ ଦଫା ଲଗାଯାଇଛି।