ଘରୋଇ ବସ୍ ଠାରୁ ୧୩ ଲକ୍ଷ ୫୦ ହଜାର ଜରିମାନା

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ପୁଣିଥରେ ଆରମ୍ଭ ହୋଇଥିବା ନୂତନ ଟ୍ରାଫିକ୍ ନିୟମ ଯୋଗୁଁ ଚାରିଆଡେ ଜୋରସୋରରେ ଧରପଗଡ ଚାଲିଛି । ଟ୍ରାଫିକ ନିୟମ ଅବମାନନା କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଛି । ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି, ଯେ କି ଏକ ଘରୋଇ ଚଳନ୍ତା ବସ୍ ଠାରୁ ଟିକସ ଫାଙ୍କିବା ଅଭିଯୋଗରେ ମୋଟା ରକମର ଜରିମାନା ଆଦାୟ କରିବା ସହ ତାକୁ ସିଜ୍ କରିଛନ୍ତି ବାଲେଶ୍ୱର ଆରଟିଓ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଜି ବାଲେଶ୍ୱରରେ ଶ୍ରୀ ଲୋକନାଥ’ ନାମକ ଏହି ଘରୋଇ ବସ୍ କୁ ୧୩ଲକ୍ଷ ୫୦ ହଜାର ଟଙ୍କାର ଫାଇନ୍ ହୋଇଛି । ବାଲେଶ୍ୱର ଆରଟିଓ ଟିକସ ଫାଙ୍କିବା କାରସାଦି ଅଭିଯୋଗରେ ଗାଡ଼ି କାଗଜପତ୍ର ଯାଂଚ କରି ଶ୍ରୀ ଲୋକନାଥ’ ନାମକ ଘରୋଇ ବସକୁ ଫାଇନ୍ ଏହି କରିଛନ୍ତି । ବସ ମାଲିକ ୧୩ଲକ୍ଷ ୫୦ ହଜାର ଟଙ୍କା ଟ୍ୟାକ୍ସ ବାକି ରଖିଥିଲେ । ତେବେ ପରିବହନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରରୁ ବାଲେଶ୍ୱର ଆସୁଥିବା ବେଳେ ବସଟିକୁ ସିଜ୍ କରାଯାଇଛି ।