୯ ବ୍ୟାଙ୍କ ଉପରେ ଜରିମାନା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏସବିଆଇ, ପିଏନବି ଓ ବ୍ୟାଙ୍କ ଅଫ ବରୋଦା ସମେତ ୯ଟି ବ୍ୟାଙ୍କ ଉପରେ ଜରିମାନା ଲଗାଇଛି । ନିର୍ଦ୍ଦେଶ ପାଳନ କରିବାରେ ଏହି ବ୍ୟାଙ୍କଗୁଡିକ ବିଳମ୍ବ କରିଥିବାରୁ ଏହି ଜରିମାନା ଲଗାଯାଇଥିବା ଆରବିଆଇ କହିଛି । ଏହି ସମସ୍ତ ବ୍ୟାଙ୍କ ଶନିବାର ଦିନ ନିଜ ସେୟାର ବଜାରର ତଥ୍ୟ ଭିନ୍ନ ଭିନ୍ନ ଦେଇଥିଲେ ।

ଏସବିଆଇ ଶନିବାର ଦିନ ସେୟାର ବଜାରକୁ ଏକ ଘୋଟାଲା ମମାଲାରେ ତଥ୍ୟ ଦେବାକୁ ବିଳମ୍ବ ହେବାରୁ ୫୦ଲକ୍ଷ ଜରିମାନା ଲଗାଯାଇଥିବା କହିଥିଲା । ସେହିପରି ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସ ଉପରେ ମଧ୍ୟ କିଙ୍ଗଫିସର ଏୟାରଲାଇନ୍ସ ମାମଲାରେ ତଥ୍ୟ ଦେବାକୁ ବିଳମ୍ବ କରିଥିବାରୁ ୧.୫କୋଟି ଟଙ୍କା ଜରିମାନା ଲଗାଯାଇଛି ।

ଏତତ୍ ବ୍ୟତୀତ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ, କରପୋରେସନ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଜରିମାନା ହୋଇଛି । ସେହିପରି ପଂଜାବ ନ୍ୟାଶନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଓ ଫେଡେରାଲ ବ୍ୟାଙ୍କକୁ ୫୦ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ମଧ୍ୟ ସେଂଟ୍ରାଲ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, ବ।।ଙ୍କ ଅଫ ମହାରାଷ୍ଟ୍ର ଉପରେ ୨କୋଟି, ବ୍ୟାଙ୍କ ଅଫ ବରୋଦା, ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଉପରେ ୧.୫କୋଟି ଲେଖାଏଁ ଜରିମାନା ଲଗାଯାଇଛି ।