ଭୁବନେଶ୍ବରରେ ଚିହ୍ନଟ ହେଲା ୫ଟି ବ୍ଲାକସ୍ପଟ

ଭୁବନେଶ୍ବର : ରାଜଧାନୀ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ କମିଶନରେଟ ପୁଲିସର ଚିନ୍ତା ବଢିଯାଇଛି। କିଛି ଦିନ ମଧ୍ୟରେ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ହାନି ଘଟିଛି। ମଙ୍ଗଳବାର ଦିନ କଟକ-ଭୁବନେଶ୍ବର ଭିତର ଦେଇ ଯାଇଥିବା ଜାତୀୟ ରାଜପଥରେ ବ୍ଲାକସ୍ପଟ୍ ଚିହ୍ନଟ ହୋଇଛି। ଜାତୀୟ ରାଜପଥର ବ୍ଲାକସ୍ପଟକୁ ଟ୍ରାଫିକ ପୁଲିସ  ଚିହ୍ନଟ କରିଛନ୍ତି। ପୁଲିସ କମିଶନଙ୍କ ନିର୍ଦେଶ ପରେ ଏହି ବ୍ଲାକସ୍ପଟ ଚିହ୍ନଟ ହୋଇଛି। ଚିହ୍ନଟ ହୋଇଥିବା ସ୍ଥାନ ହେଉଛି ଭୁବନେଶ୍ବରର ବାଟଭୁଆସୁଣୀ, ଆଇଗିଣିଆ, ପାହାଳ, ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଓ ସିଦ୍ଧାର୍ଥ ହୋଟେଲ ସମ୍ମୁଖ। ସେହି ସ୍ଥାନରେ ଗାଡି ଗୁଡିକର ଗତି କମାଇବା ପାଇଁ ରୋଡ୍ ବ୍ୟାରିଅର ଲଗାଯିବ। ରାତି ୯ଟା ପରେ ସେଠାରୁ ବ୍ୟାରିଅର କାଢି ଦିଆଯିବ। ଏନେଇ ଲୋକଙ୍କୁ ସଚେତନ କରାଯିବ ବୋଲି ଟ୍ରାଫିକ ଡିସିପି ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି।