ୟେସ୍ ବ୍ୟାଙ୍କ ପ୍ରସଙ୍ଗକୁ ନେଇ ଏଭଳି କହିଲେ ଅର୍ଥ ସଚିବ

ଭୁବନେଶ୍ବର: ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଜମା ପ୍ରସଙ୍ଗରେ ଅର୍ଥ ସଚିବ ଅଶୋକ ମିନାଙ୍କ ସୂଚନା । ଜଗନ୍ନାଥଙ୍କ ଟଙ୍କା ନେଇ ଆରବିଆଇ ସହ କଥା ହୋଇଛି ଓ ଚିଠି ମଧ୍ୟ ଲେଖିଛି । ନିଗମ ଭଳି କିଛି ସଂସ୍ଥା ତାଲିକାଭୁକ୍ତ ଘରୋଇ ବ୍ୟାଙ୍କରେ ଟଙ୍କା ରଖିପାରିବେ । କୌଣସି ଜମାକାରୀଙ୍କ ଅର୍ଥ ବୁଡିବନି, ସବୁ ସୁରକ୍ଷିତ ବୋଲି ପ୍ରତିଶ୍ରୁତି ଦେଇଛି ଆରବିଆଇ।

ଶ୍ରୀମନ୍ଦିର ପ୍ରଶାସନ ପତ୍ର ଜରିଆରେ ସମସ୍ତ ଅର୍ଥ ମେଚୁରିଟି ପରେ ଉଠାଇବାକୁ ଅନୁମତି ମାଗିଛନ୍ତି। ଅନ୍ୟପଟେ ସରକାରୀ ବିଭାଗ ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ ମନା କରାଯାଇଥିଲା । ମାତ୍ର ଯେଉଁ ବିଭାଗ ଟଙ୍କା ରଖିଛନ୍ତି, ସେହି ଅଧିକାରୀମାନେ ବ୍ୟକ୍ତିଗତ ଭାବେ ଦାୟୀ ବୋଲି କହିଛନ୍ତି ଅର୍ଥ ସଚିବ ।