ବ୍ୟାଙ୍କ ଗୁଡିକୁ ୭୦ ହଜାର କୋଟି ଦେବେ ସରକାର, ଆର୍ଥିକ ବଜାରରେ ହେବ ୫ ଲକ୍ଷ କୋଟି ଟଙ୍କାର କେସ ଫ୍ଲୋ

ନୂଆଦିଲ୍ଲୀ : ଅର୍ଥବ୍ୟବସ୍ଥାରେ ଦେଖାଦେଇଥିବା ମାନ୍ଦାବାସ୍ଥା ଉପରେ ସାମ୍ୱାଦିକ ସମ୍ମିଳନୀ କରି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଆମର ଅର୍ଥବ୍ୟବସ୍ଥା ବହୁତ ଭଲ ଅବସ୍ଥାରେ ରହିଛି । ସାରା ବିଶ୍ୱରେ ଉତ୍ପାଦର ଚାହିଦାରେ ହେଉଥିବା ହ୍ରାସର ପ୍ରଭାବ ଏଠାରେ ପରିଲକ୍ଷିତ ହେଉଛି । ବିଶ୍ୱରେ ଜାରି ରହିଥିବା ମାନ୍ଦାବସ୍ଥା ସମ୍ପର୍କରେ ଆମକୁ ଅବଗତ ହେବାକୁ ପଡିବ । ଚୀନ, ଆମେରିକା ମଧ୍ୟରେ ଜାରି ରହିଥିବା ବାଣିଜିକ ଯୁଦ୍ଧ କାରଣରୁ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡୁଛି । ବିଶ୍ୱସ୍ତରୀୟ ଜିଡିପିର ଗ୍ରୋଥ ଚଳିତ ବର୍ଷ ୩.୨ ପ୍ରତିଶତ ରହିବାର ସମ୍ଭାବନା ରହିଛି । ଏହା ଫଳରେ ସବୁଥିରେ ହ୍ରାସ ହୋଇପାରେ । ଅର୍ଥମନ୍ତ୍ରୀ କହିଛନ୍ତି, ଏପରି ନୁହେଁ ଯେ ମାନ୍ଦାବସ୍ଥାର ସମସ୍ୟା କେବଳ ଭାରତ ପାଇଁ ବରଂ ବିଶ୍ୱର ଅନ୍ୟ ଦେଶମାନେ ମଧ୍ୟ ବର୍ତ୍ତମାନ ମାନ୍ଦାବସ୍ଥାର ସାମନା କରୁଛନ୍ତି । ଆମ ଦେଶର ଅର୍ଥନୀତି ଅନ୍ୟ ଦେଶ ତୁଳନାରେ ଅଧିକ ମଜବୁତ ଅଛି । ଅନେକ ଦେଶ ତୁଳନାରେ ଆମର ବିକାଶ ଦର ବହୁ ପରିମାଣରେ ଭଲ ରହିଛି । ଅର୍ଥମନ୍ତ୍ରୀ କହିଛନ୍ତି ଆମେ ପ୍ରି-ଫିଲ୍ଡ ଆୟକର ରିଟର୍ଣ୍ଣ ଦିଗରେ ଅଗ୍ରସର ହେଉଛୁ । ଆମର ଅର୍ଥବ୍ୟବସ୍ଥାର ମୋମେଟମ ଶେଷ ହୋଇ ନାହିଁ । ଆମ ପାଇଁ ବିକାଶର ଏଜେଣ୍ଡା ସର୍ବୋପରି । ଏହାସହ ଋଝଓଉ ଛାଡର ଘୋଷଣା କରିଛନ୍ତି । ଅଧିଗ୍ରହଣ-ବିଳୟକୁ ସହଜରେ ଅନୁମତି ଦିଆଯାଉଛି । ଏହାସହ ଡିଫରେନସିଆଲ ଭୋଟିଂ ରାଇଟ୍ସରେ ମଧ୍ୟ ସଂସୋଧନ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି, ସମସ୍ତ ଟ୍ୟାକ୍ସ ଆସେସମେଣ୍ଟର କାମ ଆସନ୍ତା ତିନି ମାସ ମଧ୍ୟରେ ଶେଷ କରାଯିବ । ଷ୍ଟାର୍ଟଆପ ରେଜିଷ୍ଟର କରିବା ସମୟରେ ଆୟକରର ଧାରା ୫୬(ବି) ଲାଗୁ ହେବ ନାହିଁ । ଏହାସହ ସେମାନଙ୍କ ଷ୍ଟାର୍ଟଆପ ପାଇଁ ଏଞ୍ଜେଲ ଟ୍ୟାକ୍ସକୁ ଶେଷ କରାଯାଇଛି । ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ଅନେକ ରିହାତି ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ବ୍ୟାଙ୍କ ଗୁଡିକ ପାଇଁ ୭୦,୦୦୦ କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାଦ୍ୱାରା ବ୍ୟାଙ୍କ ଗୁଡିକ ପାଞ୍ଚ ଲକ୍ଷ କୋଟି ଟଙ୍କାର ଲୋନ ବାଣ୍ଟି ପାରିବେ । ସେ କହିଛନ୍ତି ବ୍ୟାଙ୍କ ନିଜ ଏମସିଏଲଆରରେ ହ୍ରାସ କରିବା ଫଳରେ ରେପୋରେ ହେଉଥିବା ହ୍ରାସର ଲଭା ଗ୍ରାହାକମାନେ ଉଠାଇ ପାରିବେ । ବ୍ୟାଙ୍କ ଗୁଡିକ ନିଷ୍ପତି ନେଇଛନ୍ତି ଯେ ସେମାନେ ରେପୋ ରେଟ ସହ ଜଡିତ ଥିବା ପ୍ରଡକ୍ଟ ଲଞ୍ଚ କରିବେ । ସୀତାରମଣ କହିଛନ୍ତି ସରକାରୀ ବ୍ୟାଙ୍କ ଗୁଡିକ ଲୋନ ବନ୍ଦ ହେବାର ୧୫ ଦିନ ଭିତରେ ଗ୍ରାହାକଙ୍କୁ ଡକ୍ୟୁମେଣ୍ଟ ଫେରସ୍ତ କରିବେ । ୨୦୦୧୪ରୁ ସରକାର ଆର୍ଥିକ ସୁଧାର ଉପରେ କାମ କରୁଛନ୍ତି । ସରକାରଙ୍କ ଏଜେଣ୍ଡାରେ ଅର୍ଥବ୍ୟବସ୍ଥାରେ ଲଗତାର ସୁଧାର ଆଣିବା ପାଇଁ କାମ ଜାରି ରହିଛି । ଅର୍ଥମନ୍ତ୍ରୀ କହିଛନ୍ତି ଜିଏସଟିକୁ ସରଳ କରିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି । ଆସନ୍ତା ବିଜୟ ଦଶମୀରୁ ସମସ୍ତ ଟ୍ୟାକ୍ସ ଅସୁବିଧା ଶେଷ ହୋଇଯିବ । ଏହି ସମୟ ପରେ କୌଣସି ଅଧିକାରୀ ଲୋକଙ୍କୁ ପଚରା ଉଚରା କରିବାକୁ ଯିବେ ନାହିଁ । ଏହାସହ ସରକାର ଟେକ୍ସ ଏବଂ ଶ୍ରମ ଆଇନରେ ମଧ୍ୟ ସଂସ୍କାର ଆଣିବା ଜାରି ରଖିଛନ୍ତି ।