ଫୋବର୍ସ ତାଲିକାରେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: ଭାରତର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫୋବର୍ସ ତାଲିକାରେ ସାମିଲ ହୋଇଛନ୍ତି । ୨୦୧୯ ଫୋବର୍ସ ତାଲିକାରେ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଶହେ ଜଣ ମହିଳାଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ସୀତାରମଣ । ଏଥିରେ ସେ ୩୪ତମ ସ୍ଥାନରେ ଅଛନ୍ତି ।

ଏହି ତାଲିକାରେ ଏଚସିଏଲ କର୍ପୋରେସନର ସିଇଓ ତଥା କାର୍ଯ୍ୟନିବାର୍ହୀ ନିର୍ଦ୍ଦେଶିକା ରୋଶନୀ ନଡାର ମାଲହୋତ୍ରା ୫୪ତମ ଓ ବାୟୋକନର ପ୍ରତିଷ୍ଠାତ୍ରୀ କିରଣ ମଜୁମଦାର ୬୫ତମ ସ୍ଥାନରେ ଅଛନ୍ତି।

ସୂଚନାଯୋଗ୍ୟ, ଫୋର୍ବସ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଜର୍ମାନୀର ଚାନ୍ସେଲର ଆଞ୍ଜେଲା ମାର୍କେଲ  ପ୍ରଥମ ସ୍ଥାନରେ ଅଛନ୍ତି। । ସେହିପରି ଦ୍ଵିତୀୟ ସ୍ଥାନରେ ୟୁରୋପିଆନ ସେଣ୍ଟ୍ରାଲ ବ୍ୟାଙ୍କର ପ୍ରେସିଡେଣ୍ଟ କ୍ରିଷ୍ଟିନ୍ ଲେଗାର୍ଡ ଅଛନ୍ତି। ଅପର ପକ୍ଷରେ ଆମେରିକୀୟ ସାଂସଦ ଓ ବାଚସ୍ପତି ନାନସୀ ପଲୋସୀ ତୃତୀୟ ସ୍ଥାନରେ ରହିଥିବା ଜଣାଯାଇଛି।