ଶ୍ରୀମନ୍ଦିରରେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ପତ୍ନୀ

ପୁରୀ: ବଲିଉଡର ସୁପରଷ୍ଟାର ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜା ଗତକାଲି ରାତିରେ ପୁରୀରେ ପହଂଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଗୋବିନ୍ଦାଙ୍କ ପତ୍ନୀ ଏକା ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ପୁନର୍ବାର ଉଭୟ ଏକାଠି ଆସି ପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ।

ଏହି ଅବସରରେ ଦୁଇଜଣ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତରେ ରହିବା ସହ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କରି ଫେରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଉଭୟ ଭୁବନେଶ୍ୱର ଫେରି ଯାଇଥିଲେ।