ଭୁବନେଶ୍ୱର : ସାଉଥ୍ ଆଫ୍ରିକାକୁ ୫-୧ ଗୋଲରେ ପରାସ୍ତ କରି ଭାରତ ଏଫ୍ଆଇଏଚ୍ ସିରିଜ୍ ହକି ଫାଇନାଲ୍ସରେ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ବିଶ୍ୱର ନଂ-୧ ଟିମ୍ ତଥା ଆୟୋଜକ ଭାରତ ସମସ୍ତ ଗୋଲ ସ୍କୋର କରିଥିଲା । ଉଭୟ ଭାରତ ଓ ସାଉଥ୍ଆ ଫ୍ରିକା ଟୋକିଓ ଅଲିମ୍ପିକ୍ସ କ୍ୱାଲିଫାଇଂଣ୍ଟଟୁର୍ଣ୍ଣାମେଣ୍ଟ୍ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛି । ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍ ଚଳିତବର୍ଷ ଅକ୍ଟୋବର କିମ୍ବା ନଭେମ୍ବରରେ ଅନୁଷ୍ଠିତ ହେବ । ଜୁନ୍ ୬ରୁ ଆରମ୍ଭ ହୋଇଥିବା ଏହି ଅଲିମ୍ପିକ୍ସ କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଶନିବାର ଫାଇନାଲ ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ରେ ଆମେରିକାକୁ ୪-୨ ଗୋଲ୍ରେ ହରାଇ ଏସିଆନ୍ ଚାମ୍ପିଅନ୍ ଜାପାନ ତୃତୀୟ ସ୍ଥାନ ଅଧିକାର କରିଥିଲା ।
ଖେଳ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଫେଡେରେସନ ଅଫ ଇଣ୍ଟରନ୍ୟାସନାଲ ହକିର
ସଭାପତି ନରିନ୍ଦର ବାତ୍ରା ଅତିଥି ଭାବେ ଯୋଗଦେଇ ଭାରତକୁ ଚାମ୍ପିଅନ୍ସ ଟ୍ରଫି ଓ ସାଉଥ୍ ଆଫ୍ରିକାକୁ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ । ଭାରତର ମନ୍ପ୍ରୀତ ସିଂଙ୍କୁ ଟୁର୍ଣ୍ଣାମେଣ୍ଟ୍ର ବେଷ୍ଟ ପ୍ଲେୟର, ବିବେକ ପ୍ରସାଦଙ୍କୁ ବେଷ୍ଟ ଜୁନିୟର ପ୍ଲେୟର ଏବଂ ହରମନ୍ପ୍ରୀତ ସିଂଙ୍କୁ ବେଷ୍ଟ ପ୍ଲେୟର ଅଫ ଦି ଫାଇନାଲ ବିବେଚିତ କରାଯାଇଛି ।