ସମ୍ମାନିତ ହେଲେ ଦୀପିକା

ମୁମ୍ବାଇ: ମାନସିକ ସ୍ୱାସ୍ଥ୍ୟ ସଚେତନତା ପ୍ରସାର ଲାଗି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ପୁରସ୍କାର ପାଇବା ପରେ ଦୀପିକା ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଶ୍ୱରେ ମାନସିକ ରୋଗରେ ପାଖାପାଖି ୩୦ କୋଟିରୁ ଉର୍ଦ୍ଧ୍ୱ ଲୋକ ପୀଡ଼ିତ ଅଛନ୍ତି । ଡିପ୍ରେସନ୍  ବିଶ୍ୱରେ ମାନସିକ ବିକଳାଙ୍ଗତା ଏବଂ ମାନସିକ ସ୍ତରରେ ଖରାପ ସ୍ୱାସ୍ଥ୍ୟର ମୁଖ୍ୟ କାରଣ ବୋଲି ଦୀପିକା କହିଛନ୍ତି।

ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ କ୍ରିଷ୍ଟାଲ ଆଓ୍ୱାର୍ଡ ପାଇଥିବା ଯୋଗୁଁ ଗର୍ବ ଅନୁଭବ କରୁଛନ୍ତି, ମାତ୍ର ଏହାର ଶ୍ରେୟ ବିଶ୍ୱର ଲକ୍ଷ ଲକ୍ଷ ଚିନ୍ତା, ଅବସାଦ ଏବଂ ମାନସିକ ରୋଗଗ୍ରସ୍ତ ଲୋକଙ୍କୁ ଦେବାକୁ ଚାହୁଁଛନ୍ତି।

ଦୀପିକା ଇତିମଧ୍ୟରେ ୩୦ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିସାରିଲେଣି। ତାଙ୍କର ଆଗାମୀ ସିନେମା ‘ଛପାକ’ ଏବେ ରିଲିଜ୍ ଅପେକ୍ଷାରେ।