ଭଦ୍ରକ: ପୁରୀ ପରେ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭଦ୍ରକ ଜିଲ୍ଲା ଗସ୍ତ ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି । ମାତ୍ର ଏହାକୁ ଖଣ୍ଡନ କରିଛନ୍ତି ଦୁହେଁ ।
ଏହା ଏକ ବ୍ୟକ୍ତିଗତ ଗଣ୍ଡଗୋଳ ବୋଲି ନିରଞ୍ଜନ ପଟ୍ଟନାୟକ କହିଥିବା ବେଳେ ଅନ୍ୟ ଦଳ ଦ୍ବାରା ଏହା ପ୍ରାୟୋଜିତ ଷଡଯନ୍ତ୍ର ବୋଲି ଜିତେନ୍ଦ୍ର ସିଂହ କହିଛନ୍ତି । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଛି । ଏନେଇ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।