ଫିଫା ବିଶ୍ୱକପ:ସ୍ପେନ୍ ଓ ପର୍ତ୍ତୁଗାଲ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଡ୍ର

ଫିଫା ବିଶ୍ୱକପରେ ସ୍ପେନ୍ ଓ ପର୍ତ୍ତୁଗାଲ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ଡ୍ର ରହିଛି । ୩-୩ ଗେ।ଲରେ ମ୍ୟାଚ୍ ଟି ଡ୍ର ରହିଥିଲା । ଗ୍ରୁପ ବି’ର ଏହି ଲିଗ୍ ମ୍ୟାଚ୍ ରେ କ୍ରିଷ୍ଟିଆନେ। ରେ।ନାଲ୍ଡେ। ହ୍ୟାଟ୍ରିକ ଗେ।ଲ କରିଥିଲେ । ଫଳରେ ପର୍ତ୍ତୁଗାଲ ପରାଜୟ ଏଡାଇବାରେ ସଫଳ ହେ।ଇଥିଲା । ପ୍ରଥମେ ପର୍ତୁଗାଲ୍ ୨-୧ରେ ଗୋଲ୍ ରେ ସ୍ପେନକୁ ପଛରେ ରଖିଥିଲା। ଦ୍ୱିତୀୟରେ ମଧ୍ୟ ୩ ଗୋଲ୍ ଦେଖିବାକୁ ମିଳିଥିଲା । ହେଲେ ମ୍ୟାଚ୍ ୩-୩ରେ ଶେଷ ହୋଇଥିଲା । ଚତୁର୍ଥ ମିନିଟରେ ରୋନାଲ୍ ଡୋ ପେନାଲଟିରୁ ହିଁ ପ୍ରଥମ ଗୋଲ୍ ଦେଇଥିଲେ । ତେବେ ୨୪ତମ ମିନିଟରେ ସ୍ପେନୀୟ ତାରକା ଡିଏଗୋ କୋଷ୍ଟା ଏହାକୁ ୧-୧ ସ୍ତରକୁ ନେଇ ଆସିଥିଲେ। ଏହାର ୨୦ ମିନିଟ୍ ପରେ ରୋନାଲ୍ ଡୋ ଏକ ସଟ୍ ସ୍ପେନ୍ ଗୋଲ୍ ରକ୍ଷକ ଡି ଜିଆଙ୍କ ହାତରୁ ଖସି ଗୋଲ ଦେଇଥିଲେ । ୮୮ତମ ମିନିଟ୍ ରେ ଏକ ଫ୍ରି କିକ୍ ରୁ ଗୋଲ୍ ଦେଇ ରୋନାଲ୍ ଡୋ ଚଳିତ ବିଶ୍ୱକପର ପ୍ରଥମ ତଥା ବ୍ୟକ୍ତିଗତ ପ୍ରଥମ ବିଶ୍ୱକପ୍ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ । ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି ।