ସ୍ଥଗିତ ହେଲା ମହିଳା ଫିଫା ବିଶ୍ୱକପ୍

ନୂଆଦିଲ୍ଲୀ: କରୋନା ଯୋଗୁଁ ନଭେମ୍ବରରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପ୍ କୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ଫିଫା ।

ଅଣ୍ଡର-୧୭ର କିଛି ମ୍ୟାଚ୍ ଓଡ଼ିଶାର ଭୁବନେଶ୍ୱରରେ ମଧ୍ୟ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଟୁର୍ଣ୍ଣାମେଂଟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ନେଇ ଘୋଷଣା କରିିଛି ଫିଫା।

ନଭେମ୍ବର ୨ରୁ ୨୧ ଯାଏ ଭାରତର କୋଲକାତା, ଗୌହାଟୀ, ଭୁବନେଶ୍ୱର, ଅହମଦାବାଦ ଓ ନଭି ମୁମ୍ବାଇରେ ବିଶ୍ୱକପର ମ୍ୟାଚ୍ ଗୁଡ଼ିକ ଖେଳାଯାଇଥାଆନ୍ତା। ୧୬ ଟିମକୁ ନେଇ ଆୟୋଜିତ ବିଶ୍ୱକପରେ ଆୟୋଜକ ଭାରତ ମଧ୍ୟ ରହିଥିଲା। ପ୍ରଥମଥର ପାଇଁ ଭାରତ ଫିଫା ବିଶ୍ୱକପ ଖେଳିବାର ସୁଯୋଗ ପାଇଥିଲା। ହେଲେ କରୋନା କାରଣରୁ ତାହା ବର୍ତମାନ ବିଳମ୍ୱ ହୋଇପାରେ।