ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଫ ଅଲିମ୍ପିକ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର:ଭୁବନେଶ୍ୱର, ନଭେମ୍ବର ୦୧(ଖବର ଓଡ଼ିଶା): ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଫ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ ଖୋଳାଯିବ ।  ଟୁର୍ଣ୍ଣାମେଣ୍ଟ ପାଇଁ ଟ୍ରାଫିକ ନିୟନ୍ତ୍ରଣ ଉପରେ କଟକଣା ଜାରି କରାଯାଇଛି । 

କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଫ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ହକି  ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି । ଭାରତୀୟ ପୁରୁଷ ହକି ଦଳକୁ ଭେଟିବ ରୁଷିଆ । ଟୁର୍ଣ୍ଣାମେଣ୍ଟ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଟ୍ରାଫିକ କଟକଣା ଅନୁସାରେ ଜୟଦେବ ବିହାର ଠାରୁ ଶାସ୍ତ୍ରୀନଗର ରାସ୍ତାରେ ଅନଧିକୃତ ଯାନବାହନ ଯାତାୟାତ କରିପାରିବେନାହିଁ । ୧୨୦ ବାଟାଲିଅନ ଆଡ଼ରୁ ଗାଡ଼ିଗୁଡ଼ିକ ଶାସ୍ତ୍ରୀନଗରରୁ ସଚିବାଳୟ ମାର୍ଗରେ ଯାଇପାରିବେ । ଷ୍ଟାଡିୟମ ଆଡ଼ୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ବିହାରରୁ ଆଚାର‌୍ୟ୍ୟ ବିହାର ଯିବେ । କିନ୍ତୁ ବାଣୀବିହାର ପଟରୁ ଆସୁଥିବା ଗାଡ଼ିଗୁଡ଼ିକୁ କଳିଙ୍ଗ ଷ୍ଟାଡିୟମ ପଟକୁ ଛଡ଼ାଯିବ ନାହିଁ । ସେମାନେ ଆଚାର୍ଯ୍ୟ ବିହାର- ଜୟଦେବ ବିହାର ମଧ୍ୟସ୍ଥ ରାସ୍ତାରେ ଯିବେ ।

 ସେହିପରି କଳିଙ୍ଗ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଦର୍ଶକମାନେ ୩ ନମ୍ବର ଗେଟ ଦେଇ ଭିତରକୁ ପ୍ରବେଶ କରିବେ । ସ୍ଲାଇଡିଂ ଗେଟ ଇ ବ୍ୟବହାର କରି ଗାଡ଼ି ପାର୍କି କରିବେ । ଏଜ କଲୋନୀ ଆଡ଼ୁ ଆସୁଥିବା ଦର୍ଶକ ଫୁଟ ଓଭରବ୍ରିଜ ଦେଇ ପ୍ରବେଶ କରିବେ ।