‘ଫିକି’ମେକ୍ଇନ୍ ଓଡ଼ିଶାର ନୂଆ ପାର୍ଟନର୍

ଭୁବନେଶ୍ୱର : ମେକ୍ଇନ୍ ଓଡ଼ିଶାକୁ ମିଳିଲା ନୂଆ ସହଯୋଗୀ । ରାଜ୍ୟ ସରକାରଙ୍କ ମେକ୍ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ପାର୍ଟନର୍ ହେବାକୁ ସହମତି ପ୍ରକାଶ କରିଛି ଫିକି । ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ରାଜ୍ୟ ସରକାର ରାଜ୍ୟକୁ ଶିଳ୍ପପତି ମାନଙ୍କୁ ଆକୃଷ୍ଟ କରିବା ଲାଗି ଆୟୋଜନ କରୁଥିବା ମେକ୍ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣରେ ସହଯୋଗୀ ହେବାକୁ ସମ୍ମତି ଜଣାଇଛି । ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଏହି ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି ପୂର୍ବରୁ ସିଆଇଆଇ ମେକ୍ଇନ୍ ଓଡ଼ିଶା ପାର୍ଟନରୁ ଓହରିଯିବା ଘୋଷଣା କରିଥିଲା । ଯାହାକୁ ନେଇ ଦେଖାଦେଇଥିଲା ବିବାଦ । ଆଉ ରାଜ୍ୟ ସରକାର ମେକ୍ଇନ୍ ଓଡ଼ିଶା ପାଇଁ ଖୋଜୁଥିଲେ ନୂଆ ପାର୍ଟନର୍